ନୂଆଦିଲ୍ଲୀ: ବୋମା ପକାଇଲେ। ଗୁଳି ମାରିଲେ ଏବଂ ଗଳାକାଟିଲେ। ଏମିତି ଢଙ୍ଗରେ ସଂହାର ଲୀଲା କରିଛନ୍ତି ଆତଙ୍କବାଦୀ। ସୋମାଲିଆର ପୁଣ୍ଟଲ୍ୟାଣ୍ଡରେ ଥିବା ସେନା ଶିବିରରେ ଏହି ଆକ୍ରମଣ ହୋଇଥିବା ଗରୁବାର ସ୍ଥାନୀୟ ପ୍ରଶାସନ କହିଛି। ଏହି ଭୟାନକ ଆକ୍ରମଣରେ ୭୦ ଜଣ ପ୍ରାଣ ହରାଇଛନ୍ତି। ଅଲ-ସହିବା ନାମକ ଆତଙ୍କବାଦୀ ଗୋଷ୍ଠୀ ଏହି ଲୋମହର୍ଷଣ କାଣ୍ଡ ଘଟାଇଛନ୍ତି। ଅଲ-ସହିବା ହେଉଛି ଆଇଏସ(ଇସ୍ଲାମିକ୍ ଷ୍ଟେଟ) ସଙ୍ଗଠନର ସମର୍ଥିତ ଏକ ଗୋଷ୍ଠୀ ।
ଅଲ୍କଏଦା ସଙ୍ଗଠନ ପରିଚାଳିତ ଆଇଏସ ପ୍ରରୋଚନାରେ ଏହି ଅଭାବନୀୟ କାଣ୍ଡ ଘଟିଥିବା କୁହାଯାଉଛି। ମୃତଙ୍କ ମଧ୍ୟରେ ବହୁ ସାଧାରଣ ଲୋକ ଅଛନ୍ତି। ଆତଙ୍କବାଦୀମାନେ ସେନା ଶିବିରର ଚାରିପଟୁ ଘେରି ବଡ଼ଧରଣର ବିସ୍ଫୋରଣ କରିଥିଲେ। ଏହି ସମୟରେ ଆଖପାଖ ଅଞ୍ଚଳର ସାଧାରଣ ଲୋକଙ୍କୁ ଟାର୍ଗେଟ କରିଥିଲେ। କାହାକୁ ଗୁଳି କରିଥିଲେ ତ କାହା ମୁଣ୍ଡ କାଟି ହତ୍ୟା କରିଥିଲେ। ଏଥିରୁ ନାରକୀୟ କାଣ୍ଡରୁ ମହିଳାମାନେ ବି ବର୍ତ୍ତି ନ ଥିଲେ।
ସୌଜନ୍ୟ ହିନ୍ଦୁସ୍ଥାନ ଟାଇମ୍ସ୍
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।