ଆଇଏସ ଚିନ୍ତା: ମୁସଲମାନ ଧର୍ମଗୁରୁଙ୍କ ସହ ଆଲୋଚନା କଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଭାରତରେ ଆଇଏସଆଇଏସ ତାହାର କାୟା ବୃଦ୍ଧି କରିବାକୁ ଯୋଜନା ଚଳାଇଛି। ଏଥିପାଇଁ ଭାରତର ଯୁବଗୋଷ୍ଠୀଙ୍କ ଉପରେ ନଜର ପକାଇଛି ଏହି ଆତଙ୍କୀ ସଂଗଠନ। ଏହାର ଜାଲରେ ଛନ୍ଦି ହେଉଛନ୍ତି ବହୁ ଯୁବବର୍ଗ। ଏହାକୁ ରୋକିବାକୁ ମଙ୍ଗଳବାର ମୁସଲମାନ ସମ୍ପ୍ରଦାୟର ଧର୍ମମୁଖ୍ୟ ସହ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏକ ବୈଠକ କରିଛନ୍ତି। ବୈଠକରେ ମୁସଲମାନ ସମ୍ପ୍ରଦାୟର ଯୁବଗୋଷ୍ଠୀ କିପରି ଆଇଏସଆଇଏସ ଆତଙ୍କବାଦୀଙ୍କ ଜାଲରେ ନ ପଡିବେ ସେ ନେଇ ରାଜନାଥ ଧର୍ମଗୁରୁଙ୍କ ମତ ଲୋଡିଥିଲେ। ମାଧ୍ୟ-ପ୍ରାଚ୍ୟ ଅଞ୍ଚଳରେ […]

rajnath-singh-meets-muslim-clerics-650_650x400_81454408626

rajnath-singh-meets-muslim-clerics-650_650x400_81454408626

Rakesh Mallick
  • Published: Tuesday, 02 February 2016
  • Updated: 02 February 2016, 12:38 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଆଇଏସଆଇଏସ ତାହାର କାୟା ବୃଦ୍ଧି କରିବାକୁ ଯୋଜନା ଚଳାଇଛି। ଏଥିପାଇଁ ଭାରତର ଯୁବଗୋଷ୍ଠୀଙ୍କ ଉପରେ ନଜର ପକାଇଛି ଏହି ଆତଙ୍କୀ ସଂଗଠନ। ଏହାର ଜାଲରେ ଛନ୍ଦି ହେଉଛନ୍ତି ବହୁ ଯୁବବର୍ଗ। ଏହାକୁ ରୋକିବାକୁ ମଙ୍ଗଳବାର ମୁସଲମାନ ସମ୍ପ୍ରଦାୟର ଧର୍ମମୁଖ୍ୟ ସହ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏକ ବୈଠକ କରିଛନ୍ତି। ବୈଠକରେ ମୁସଲମାନ ସମ୍ପ୍ରଦାୟର ଯୁବଗୋଷ୍ଠୀ କିପରି ଆଇଏସଆଇଏସ ଆତଙ୍କବାଦୀଙ୍କ ଜାଲରେ ନ ପଡିବେ ସେ ନେଇ ରାଜନାଥ ଧର୍ମଗୁରୁଙ୍କ ମତ ଲୋଡିଥିଲେ। ମାଧ୍ୟ-ପ୍ରାଚ୍ୟ ଅଞ୍ଚଳରେ ଆତଙ୍କ ମଚାଇଥିବା ଆଇଏସ ଭାରତରେ ଯେପରି ତାହାର କାୟା ବିସ୍ତାର ନ କରେ ସେଥିଲାଗି ସହଯୋଗ କରିବାକୁ ଧର୍ମଗୁରୁମାନଙ୍କୁ ସେ ଅନୁରୋଧ କରିଛନ୍ତି।

ବୈଠକରେ ଏନଏସଏ ଉପଦେଷ୍ଠା ଅଜିତ ଡୋଭାଲ ଓ ଗୃହମନ୍ତ୍ରଣାଳୟର ବହୁ ଉଚ୍ଚ ପଦସ୍ଥ କର୍ମଚାରୀମାନେ ଉପସ୍ଥିତ ଥିଲେ। ଆଇଏସ ଆତଙ୍କୀମାନେ ବିଭିନ୍ନ ସୋସିଆଲ ମିଡିଆକୁ ଆଧାର କରି ଯୁବବର୍ଗଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି। ଏହାକୁ ଦୃଷ୍ଟିରେ ରଖି ଧର୍ମଗୁରୁମାନେ ସେମାନଙ୍କ ମତ ରଖିଥିଲେ।

ବୈଠକରେ ଜମାତ ଉଲେମା-ଇ-ହିନ୍ଦର ମୌଲାନ ଅର୍ସଦ ମଦାନୀ, ଆଜମେର ସରୀଫର ମୌଲାନା ଅବଦୁଲ ୱାହିଦ ହୁସେନ୍ ଚିସ୍ତି,  ଜାମିୟଟ୍ ଆଲେ ହାଦିସର ଇମାମ ଅସଗର ଅଲ୍ଲି, ଟିଆର ଖାନ୍, ରଫିକ୍ ୱାରସିକ, ସିଆ ମୁଖ୍ୟ ମୌଲାନା ସୟଦ୍ କାଲବେ ଜାୱଦ୍ କ୍ୱାଲବେ ଜାୱାଦି, କମଲ ଫାରୁକ୍ୟୁ ଓ ମୁସ୍ରାଫ ଫାରୁକ୍ୟୁଙ୍କ ସମେତ ବହୁ ନେତା ଯୋଗଦେଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos