ଢାକା ଦୂତାବାସ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ, ୬ ମୃତ, ୧୮ ପଣବନ୍ଦୀ ଉଦ୍ଧାର

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଥିବା ଦୂତାବାସ ଅଞ୍ଚଳରେ ଗତକାଲି ରାତିରେ ଆଇଏସ୍‌ଆଇଏସ ଆତଙ୍କବାଦୀମାନେ  କରିଥିବା ବଡ ଧରଣର ଆକ୍ରମଣକୁ ପଣ୍ଡ କରିଛି ସେନା ଓ କମାଣ୍ଡୋ। ଏହି ଆକ୍ରମଣରେ ୨ ଜଣ ସୁରକ୍ଷା କର୍ମୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ବିଦେଶୀ ନାଗରିକଙ୍କୁ ପଣବନ୍ଦୀରୁ ଉଦ୍ଧାର କରାଯାଇଛି। ଏହି ପଣବନ୍ଦୀଙ୍କ ମଧ୍ୟରେ କିଛି ଶ୍ରୀଲଙ୍କା ଓ ଭାରତୀୟ ନାଗରିକ ଥିବା ଜଣାପଡିଛି। ସୁରକ୍ଷାକର୍ମୀ ଏହି ଅଞ୍ଚଳକୁ ଘେରି ରହି ଅପରେସନ କରିଥିଲେ। ସ୍ୱତନ୍ତ୍ର କମାଣ୍ଡୋଙ୍କୁ […]

wounded-4

Rakesh Mallick
  • Published: Saturday, 02 July 2016
  • , Updated: 04 May 2017, 03:44 PM IST

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଥିବା ଦୂତାବାସ ଅଞ୍ଚଳରେ ଗତକାଲି ରାତିରେ ଆଇଏସ୍‌ଆଇଏସ ଆତଙ୍କବାଦୀମାନେ  କରିଥିବା ବଡ ଧରଣର ଆକ୍ରମଣକୁ ପଣ୍ଡ କରିଛି ସେନା ଓ କମାଣ୍ଡୋ। ଏହି ଆକ୍ରମଣରେ ୨ ଜଣ ସୁରକ୍ଷା କର୍ମୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ବିଦେଶୀ ନାଗରିକଙ୍କୁ ପଣବନ୍ଦୀରୁ ଉଦ୍ଧାର କରାଯାଇଛି। ଏହି ପଣବନ୍ଦୀଙ୍କ ମଧ୍ୟରେ କିଛି ଶ୍ରୀଲଙ୍କା ଓ ଭାରତୀୟ ନାଗରିକ ଥିବା ଜଣାପଡିଛି। ସୁରକ୍ଷାକର୍ମୀ ଏହି ଅଞ୍ଚଳକୁ ଘେରି ରହି ଅପରେସନ କରିଥିଲେ। ସ୍ୱତନ୍ତ୍ର କମାଣ୍ଡୋଙ୍କୁ ଗୁଳିରେ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀମାନେ ପ୍ରାଣ ହରାଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାବଳୟକୁ ଭେଦ କରି ୫ ଜଣ ଆତଙ୍କବାଦୀଏକ ରେସ୍ତୋରାଁ ଭିତରକୁ ପ୍ରବେଶ କରି ଆଖିବୁଜା ଗୁଳିମାଡ କରଥିଲେ। ଆତଙ୍କବାଦୀ ମାନେ ନିଜ ପାଖରେ ଗ୍ରେନେଡ ଓ ଅନ୍ୟନ୍ୟ ଅତ୍ୟାଧୁନିକ ବିସ୍ଫୋରକ ଥିବାରୁ ସୁରକ୍ଷାକର୍ମୀମାନେ ତୀକ୍ଷ୍ନ ଦୃଷ୍ଟିରେ ରଖିଥିଲେ।

ଅନ୍ୟପକ୍ଷରେ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି।

Related story