୨୫୦ ଜଣ ମହିଳାଙ୍କୁ ମୃତ୍ୟୁଦଣ୍ଡ ଦେଲା ଆଇଏସ୍‌ଆଇଏସ୍‌

ଲଣ୍ଡନ: ଉତ୍ତର ଇରାକ୍‌ରେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ ୨୫୦ ଜଣ ଯୁବତୀଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ଯୌନଦାସୀ ଭାବେ ରହିବାକୁ ସେମାନେ ଅରାଜି ହେବାରୁ ଇରାକ୍‌ର ବୃହତ ସହର ମଶୁଲ୍‌ରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛି ଆଇଏସ୍‌ଆଇଏସ୍‌। ଲଣ୍ଡନରେ ଅବସ୍ଥାପିତ ଏକ କୁର୍ଦ୍ଦିଶ ନ୍ୟୁଜ୍ ଏଜେନ୍ସୀ ଦର୍ଶାଇଛି ଯେ ଆତଙ୍କୀମାନେ ଏହି ଯୁବତୀମାନଙ୍କୁ ବଳପୂର୍ବକ ବିବାହ କରିଥିଲେ ଓ ହତ୍ୟା କରିଥିଲେ। ସେମାନଙ୍କ ସହିତ ସେମାନଙ୍କର ପରିବାର ଲୋକଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। କୁର୍ଦ୍ଦିଶ ଡେମୋକ୍ରାଟିକ୍‌ ଦଳର ମୁଖପାତ୍ର ମାମୁଜିନି […]

isis

Rakesh Mallick
  • Published: Thursday, 21 April 2016
  • , Updated: 04 May 2017, 03:44 PM IST

ଲଣ୍ଡନ: ଉତ୍ତର ଇରାକ୍‌ରେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ ୨୫୦ ଜଣ ଯୁବତୀଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ଯୌନଦାସୀ ଭାବେ ରହିବାକୁ ସେମାନେ ଅରାଜି ହେବାରୁ ଇରାକ୍‌ର ବୃହତ ସହର ମଶୁଲ୍‌ରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛି ଆଇଏସ୍‌ଆଇଏସ୍‌।

ଲଣ୍ଡନରେ ଅବସ୍ଥାପିତ ଏକ କୁର୍ଦ୍ଦିଶ ନ୍ୟୁଜ୍ ଏଜେନ୍ସୀ ଦର୍ଶାଇଛି ଯେ ଆତଙ୍କୀମାନେ ଏହି ଯୁବତୀମାନଙ୍କୁ ବଳପୂର୍ବକ ବିବାହ କରିଥିଲେ ଓ ହତ୍ୟା କରିଥିଲେ। ସେମାନଙ୍କ ସହିତ ସେମାନଙ୍କର ପରିବାର ଲୋକଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।

କୁର୍ଦ୍ଦିଶ ଡେମୋକ୍ରାଟିକ୍‌ ଦଳର ମୁଖପାତ୍ର ମାମୁଜିନି କହିଛନ୍ତି,“ ଯୌନଦାସୀ ପାଇଁ ଅରାଜି ହେବାରୁ ଅତି କମ୍‌ରେ ୨୫୦ଜଣ ଯୁବତୀଙ୍କୁ ଆଇଏସ୍‌ ହତ୍ୟା କରିଛି। ଏମାନେ ସମସ୍ତେ ମଶୁଲ ଅଞ୍ଚଳର।”

ଅନ୍ୟପକ୍ଷରେ ପାଟ୍ରୋଏଟିକ୍‌ ୟୁନିୟନ ଅଫ୍‌ କୁର୍ଦ୍ଦିସ୍ତାନ(ପିୟୁକେ)ର କର୍ମକର୍ତ୍ତା ଗାୟାସ ସୂର୍ଚି କହିଛନ୍ତି,“ ମଶୁଲରେ ମହିଳାମାନଙ୍କୁ ଏକୁଟିଆ ଯିବାକୁ ଦିଆଯିବ ନାହିଁ। ସେମାନଙ୍କୁ ଜୀବନସାଥୀ ଚୟନ କରିବାର ମଧ୍ୟ ଦିଆଯାଉ ନାହିଁ।”

Related story