ପ୍ରୋଟକଲ ଭାଙ୍ଗି ମୋଦିଙ୍କୁ ସ୍ୱାଗତ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଶଲେମ୍‌: ତିନିଦିନିଆ ଇସ୍ରାଏଲ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲରେ ପହଞ୍ଚିଛନ୍ତି। ଭାରତୀୟ ସମୟ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ମୋଦି ଇସ୍ରାଏଲରେ ପହଞ୍ଚି ଥିଲେ। ମୋଦି ବିମାନବନ୍ଦରରେ ପହଞ୍ଚିବା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା। ସମସ୍ତ ପ୍ରୋଟକଲ ଭଙ୍ଗକରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନିଆହୁ ନିଜେ ବିମାନବନ୍ଦର ଆସି ମୋଦିଙ୍କୁ ସ୍ୱାଗତ କରିଥିଲେ। ତାହା ପୁଣି ପୂରା ଭାରତୀୟ ଷ୍ଟାଇଲ୍‌ରେ। ଭାରତୀୟ ଷ୍ଟାଇଲେ ସ୍ୱାଗତ: ନେତନିଆହୁ ପ୍ରଥମେ ହାତ ଯୋଡି […]

modi_israel

modi_israel

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 10:55 PM IST

Sports

Latest News

ଜେରୁଶଲେମ୍‌: ତିନିଦିନିଆ ଇସ୍ରାଏଲ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲରେ ପହଞ୍ଚିଛନ୍ତି। ଭାରତୀୟ ସମୟ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ମୋଦି ଇସ୍ରାଏଲରେ ପହଞ୍ଚି ଥିଲେ। ମୋଦି ବିମାନବନ୍ଦରରେ ପହଞ୍ଚିବା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା। ସମସ୍ତ ପ୍ରୋଟକଲ ଭଙ୍ଗକରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନିଆହୁ ନିଜେ ବିମାନବନ୍ଦର ଆସି ମୋଦିଙ୍କୁ ସ୍ୱାଗତ କରିଥିଲେ। ତାହା ପୁଣି ପୂରା ଭାରତୀୟ ଷ୍ଟାଇଲ୍‌ରେ।

ଭାରତୀୟ ଷ୍ଟାଇଲେ ସ୍ୱାଗତ: ନେତନିଆହୁ ପ୍ରଥମେ ହାତ ଯୋଡି ମୋଦିଙ୍କୁ ନମସ୍ତେ କହିଥିଲେ। ଏହାସହ ହିନ୍ଦିରେ ‘ଆପ୍‌ କା ସ୍ୱାଗତ୍‌ ହେ ମେରେ ଦୋସ୍ତ’ ବୋଲି ସମ୍ବୋଧିତ କରିଥିଲେ।

ସେ ଆହୁରି କହିଥିଲେ- “ଯେବେ ମୁଁ ଆପଣଙ୍କୁ ପ୍ରଥମେ ଭେଟିଥିଲି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆଗକୁ ନେବାକୁ ସହମତ ହୋଇଥିଲି। ଏହାପରେ ଆମେ ପ୍ୟାରିସ୍‌ରେ ସାକ୍ଷାତ କରିଥିଲେ। ସେବେଠାରୁ ଏକାଧିକ ଥର ଆପଣଙ୍କ ସହ ଫୋନ୍‌ରେ କଥା ହୋଇଛି।”

ସ୍ପେସ୍‌ ପ୍ରୋଗ୍ରାମ ପର୍ଯ୍ୟନ୍ତ ପହଞ୍ଚି ଗଲୁଣି: ଭାରତ-ଇସ୍ରାଏଲର ସମ୍ପର୍କକୁ ନେଇ ମୋଦି ଦେଇଥିବା ମନ୍ତବ୍ୟ ‘ଆକାଶ ମଧ୍ୟ କମ ପଡିଯିବ’କୁ ମନେ ପକାଇ ନେତନିଆହୁ କହିଥିଲେ, “ମୁଁ ଆଜି କହିବାକୁ ଚାହୁଁଛି ଆକାଶ ମଧ୍ୟରେ ବି କୌଣସି ସୀମା ରହିବ ନାହିଁ। କାରଣ ଆମ ସହଯୋଗ ସ୍ପେସ୍‌ ପ୍ରୋଗ୍ରାମ ପର୍ଯ୍ୟନ୍ତ ପହଞ୍ଚି ଗଲାଣି।

ମୁଁ ଭାରତର ବଡ଼ ପ୍ରଶଂସକ: ଭାରତର ଜଣେ ବଡ଼ ପ୍ରଶଂସକ ବୋଲି ନେତନିଆହୁ କହିଥିଲେ। ଆପଣଙ୍କ ଇତିହାସ, ସଂସ୍କୃତି, ଲୋକତନ୍ତ୍ର ଓ ବିକାଶ ପ୍ରତି ସଂକଳ୍ପ ଦେଖି ମୁଁ ଭାରତର ପ୍ରଶଂସକ ବନି ଯାଇଛି। ଭାରତ-ଇସ୍ରାଏଲ ସମ୍ପର୍କକୁ ନେଇ ମୁଁ ଆଶ୍ୱସ୍ତ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos