ମୋଦି-ଟ୍ରମ୍ପ ଆଲୋଚନାରେ ଉଠିଲାନି ସିଏଏ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ପୂର୍ବରୁ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଉପରେ ଆଲୋଚନା କରିବେ। ହେଲେ ଆଜି ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ସିଏଏକୁ ନେଇ କୌଣସି ପ୍ରକାରର ଆଲୋଚନା ହୋଇ ନଥିବା ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲ କହିଛନ୍ତି। ସେ କହିଛନ୍ତି, “ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ୫ଟି ପ୍ରସଙ୍ଗ ଉପରେ ଆଲୋଚନା […]

b

Hemant Lenka
  • Published: Tuesday, 25 February 2020
  • , Updated: 25 February 2020, 05:36 PM IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ପୂର୍ବରୁ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଉପରେ ଆଲୋଚନା କରିବେ। ହେଲେ ଆଜି ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ସିଏଏକୁ ନେଇ କୌଣସି ପ୍ରକାରର ଆଲୋଚନା ହୋଇ ନଥିବା ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲ କହିଛନ୍ତି।

ସେ କହିଛନ୍ତି, “ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ୫ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏଥିରେ ସୁରକ୍ଷା, ପ୍ରତିରକ୍ଷା, ଉର୍ଜ୍ଜା, ଟେକ୍ନୋଲଜି ଓ ଦୁଇ ଦେଶ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ରହିଛି। କଥାବାର୍ତ୍ତା ବେଳେ ସିଏଏ ପ୍ରସଙ୍ଗ ଉଠିନାହିଁ। ନିଶାକାରବାର ରୋକିବା ପାଇଁ ଭାରତ ଓ ଆମେରିକା ୱାର୍କିଂ ଗ୍ରୁପ୍ ଗଠନ କରିବେ।

ଆମେରିକାର ପ୍ରଯୁକ୍ତି ବିଦ୍ୟା ବିକାଶରେ ଭାରତୀୟଙ୍କ ଅବଦାନ କଥା ଉଠିବା ସହ ଏଚ୧ବି ଭିସା ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କରେ ଉର୍ଜ୍ଜାର ବିକାଶ ଜରୁରୀ ବୋଲି ଉଭୟ ନେତା ମତ ରଖିଛନ୍ତି। ଉଭୟ ନେତା ୫ ଘଣ୍ଟାରୁ ଅଧିକ ସମୟ ଧରି କରିଥିବା ଆଲୋଚନା କାଳରେ ପାକିସ୍ତାନ, ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ଏଥିପାଇଁ ଟ୍ରମ୍ପ ଓ ମୋଦି ଚିନ୍ତା ପ୍ରକଟ କରିଛନ୍ତି।

Related story