ଇସ୍ତାନାବୁଲ ଭୟଙ୍କର ବିସ୍ଫୋରଣ ଘଟଣାର ସନ୍ଦିଗ୍ଧ ଗିରଫ, ମୃତ୍ୟୁ ସଂଖ୍ୟା ୬ ଛୁଇଁଲା

ଇସ୍ତାନବୁଲ: ଗତକାଲି ଅପରାହ୍ନରେ ଇସ୍ତାନବୁଲର  ବ୍ୟସ୍ତବହୁଳ ଇଷ୍ଟିକଲାଲ ସପିଂ ଷ୍ଟ୍ରିଟ୍‌ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ୮୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଦିଆଯାଇଥିବା ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏହି ବିସ୍ଫୋରଣ ପଛରେ ୨ ମହିଳାଙ୍କ ସମେତ ୩ ଜଣ ସାମିଲ ଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି। ସେଥିମଧ୍ୟରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଆଉ […]

attack

attack

Niharika Rout
  • Published: Monday, 14 November 2022
  • Updated: 14 November 2022, 10:25 AM IST

Sports

Latest News

ଇସ୍ତାନବୁଲ: ଗତକାଲି ଅପରାହ୍ନରେ ଇସ୍ତାନବୁଲର  ବ୍ୟସ୍ତବହୁଳ ଇଷ୍ଟିକଲାଲ ସପିଂ ଷ୍ଟ୍ରିଟ୍‌ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ୮୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଦିଆଯାଇଥିବା ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏହି ବିସ୍ଫୋରଣ ପଛରେ ୨ ମହିଳାଙ୍କ ସମେତ ୩ ଜଣ ସାମିଲ ଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି। ସେଥିମଧ୍ୟରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୨ ଜଣଙ୍କୁ ଖୋଜୁଛି ପୁଲିସ୍‌।

ଏହି ଭୟଙ୍କର ଆକ୍ରମଣ ପଛରେ ଆତଙ୍କବାଦୀ ସଙ୍ଗଠନ କୁର୍ଦ୍ଦିସ୍ଥାନ ୱାର୍କର୍ସ ପାର୍ଟିର ହାତ ଥିବା ସନ୍ଦେହ କରାଯାଉଛି। ଏହି ଯୁବକଜଣକ କିଏ, କ’ଣ ପାଇଁ ବୋମା ଖଞ୍ଜିଲେ, ତାଙ୍କ ପଛରେ ଆଉ କିଏ ଅଛି ସେ ନେଇ ତନାଘନା ଚଳାଇଛି ପୁଲିସ୍‌ ।

ଇସ୍ତାନବୁଲର କେନ୍ଦ୍ର ସ୍ଥଳରେ ସ୍ଥିତ ଇଷ୍ଟିକଲାଲ ସପିଂ ଷ୍ଟ୍ରିଟ୍‌ରେ ବହୁ ସଂଖ୍ୟାରେ ସାଧାରଣ ଲୋକଙ୍କ ସମେତ ପର୍ଯ୍ୟଟକଙ୍କର ବି ସମାଗମ ହୋଇଥାଏ।  ଗତକାଲି ଉକ୍ତ ରାସ୍ତାଘାଟରେ ବହୁ ଲୋକ ବୁଲୁଥିବା ବେଳେ ନିକଟରେ ଥିବା ରେଷ୍ଟୁରାଣ୍ଟ, ମଲ୍‌ରେ ବି ପ୍ରବଳ ଭିଡ଼ ଜମିଥିଲା। ଅପରାହ୍ନ ପ୍ରାୟ ୪ଟା ପରେ ହଠାତ୍‌  ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଲା। କିଛି ସମୟ ପରେ ଚାରିଆଡ଼େ ଧୁଆଁମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ  ବହୁ ଲୋକଙ୍କ ଆର୍ତ୍ତ ଚିତ୍କାର ଶୁଭିଲା । ଏପରିକି ଏଥିରେ ଭୟଭୀତ ହୋଇ ଲୋକେ ଧାଁଦୌଡ଼ କରିବାକୁ ଲାଗିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ଦେବା ସହ ଆହତଙ୍କୁ ତୁରନ୍ତ ମେଡିକାଲ ପଠାଇଥିଲା। ଘଟଣାସ୍ଥଳରୁ ୪ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ମେଡିକାଲରେ ଆଉ ୨ ଜଣ ଆଖି ବୁଜିଲେ। ଏହି ବିସ୍ଫୋରଣରେ ୮୦ ଜଣ ଆହତ ହୋଇଥିବା ବେଳେ ଚିକିତ୍ସାଧୀନ ଥିବା ଜଣାଯାଇଛି।

ପୁଲିସ୍‌ ନିକଟସ୍ଥ ଅଞ୍ଚଳର ସିସିଟିଭି କ୍ୟାମେରାର ଫୁଟେଜ ସଂଗ୍ରହ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜରୁ ଏହି ଭୟଙ୍କର ଆକ୍ରମଣ ପଛରେ ୩ ଜଣଙ୍କ ହାତ ଥିବା ସ୍ପଷ୍ଟ ହୋଇଛି।

ସିସିଟିଭିରେ ସ୍ପଷ୍ଟ ଭାବେ ଦେଖାଯାଉଛି,  ଜଣେ ସନ୍ଦିଗ୍ଧ ମହିଳା ବିସ୍ଫୋରଣ ଘଟିବା ପୂର୍ବରୁ ଉକ୍ତ ସ୍ଥାନରେ ଏକ ବ୍ୟାଗ ପକାଇ ପଳାଇଥିଲେ। କିଛି ମିନିଟ୍ ପରେ ସେଠାରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏହି ବ୍ୟାଗରେ ଏକ ବୋମା ଥିବା ଜଣାପଡିଛି।

ତୁର୍କୀର ଉପରାଷ୍ଟ୍ରପତି ଫୁଏଟ୍ ଓକଟେ ଏହି ବିସ୍ଫୋରଣକୁ ଦେଶ ଉପରେ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି।  ଉକ୍ତ ମହିଳାଜଣକ କୁର୍ଦ୍ଦିସ୍ଥାନ ୱାର୍କର୍ସ ପାର୍ଟି ସଦସ୍ୟ  ବୋଲି ଜଣାଯାଇଛି। ତେଣୁ ଏହି ଆକ୍ରମଣ ପଛରେ ଉକ୍ତ ଆତଙ୍କବାଦୀ ସଙ୍ଗଠନର ହାତ ଥିବାର ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story