ଇସ୍ତାନବୁଲରେ କାର ବୋମା ବିସ୍ଫୋରଣ: ୧୧ ମୃତ, ୩୬ ଆହତ

ଇସ୍ତାନବୁଲ: ମଙ୍ଗଳବାର ସକାଳେ ଭିଡ଼ ସମୟରେ ଇସ୍ତାନବୁଲର ମଧ୍ୟସ୍ଥଳରେ ଏକ କାରବୋମା ବିସ୍ଫୋରଣ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ ନଗରପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ  ହୋଇଥିବା ଏହି ବିସ୍ଫୋରଣରେ ୩୬ ଜଣ ଲୋକ ଆହତ ହୋଇଛନ୍ତି। ଇସ୍ତାନବୁଲର ରାଜ୍ୟପାଳ ବସିପ ସାହିଦ୍‌ ସାମ୍ବାଦିକଙ୍କୁ କହିଥିଲେ ଯେ,  ଏହି କାର ବୋମା ବିସ୍ପୋରଣ  ପୋଲିସ୍ ବସ ଗୁଡ଼ିକ ଉକ୍ତ ଅଞ୍ଚଳ ଦେଇ ଯାଉଥିବା ସମୟରେ ହୋଇଥିଲା। ତୁର୍କୀରେ ଏହା ହେଉଛି ଚଳିତବର୍ଷର ଚତୁର୍ଥ […]

istanebul

Rakesh Mallick
  • Published: Tuesday, 07 June 2016
  • , Updated: 04 May 2017, 03:44 PM IST

ଇସ୍ତାନବୁଲ: ମଙ୍ଗଳବାର ସକାଳେ ଭିଡ଼ ସମୟରେ ଇସ୍ତାନବୁଲର ମଧ୍ୟସ୍ଥଳରେ ଏକ କାରବୋମା ବିସ୍ଫୋରଣ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ ନଗରପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ  ହୋଇଥିବା ଏହି ବିସ୍ଫୋରଣରେ ୩୬ ଜଣ ଲୋକ ଆହତ ହୋଇଛନ୍ତି।

ଇସ୍ତାନବୁଲର ରାଜ୍ୟପାଳ ବସିପ ସାହିଦ୍‌ ସାମ୍ବାଦିକଙ୍କୁ କହିଥିଲେ ଯେ,  ଏହି କାର ବୋମା ବିସ୍ପୋରଣ  ପୋଲିସ୍ ବସ ଗୁଡ଼ିକ ଉକ୍ତ ଅଞ୍ଚଳ ଦେଇ ଯାଉଥିବା ସମୟରେ ହୋଇଥିଲା। ତୁର୍କୀରେ ଏହା ହେଉଛି ଚଳିତବର୍ଷର ଚତୁର୍ଥ ଶକ୍ତିଶାଳୀ ବୋମା ବିସ୍ଫୋରଣ। ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ କୁର୍ଦ୍ଦିସ ଆତଙ୍କବାଦୀମାନେ ଠିକ୍ ଏହିପରି ବୋମା ବିସ୍ପୋରଣ ଗତମାସରେ ଘଟାଇଥିଲେ।

ସାହିଦ କହିଛନ୍ତି,“ବିସ୍ଫୋରଣରେ ୭ ଜଣ ପୋଲିସ୍ କର୍ମଚାରୀଙ୍କ ସହ  ୪ ଜଣ ସାଧାରଣ ନାଗରିକ ଜୀବନ ହରାଇଛନ୍ତି। ଆହତ ୩୬ ଜଣଙ୍କ ମଧ୍ୟରୁ ୩ଜଣ ଗୁରୁତର ଅଛନ୍ତି।

ବିସ୍ଫୋରଣରେ  ଦୋକାନ ଗୁଡ଼ିକରେ ଝରକା କାଚ ଭାଙ୍ଗି ଯାଇ ଜିନିଷ ସବୁ ରାସ୍ତାରେ ପଡ଼ିଯାଇଥିଲା।

ନିକଟ ଅତୀତରେ କୁର୍ଦ୍ଦିସ ଉଗ୍ରବାଦୀ, ଆଇଏସ୍‌ଆଇଏସ୍ ଏବଂ ବାମପନ୍ଥୀମାନେ ତୁର୍କୀରେ ଏଭଳି ଆକ୍ରମଣ କରିଛନ୍ତି।

ରଏଟର୍ସର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣରେ ଦୁଇଟି ପୋଲିସ୍ ଗାଡ଼ି କ୍ଷତିଗସ୍ତ ହୋଇଛି। ଏଥିମଧ୍ୟରୁ ଗୋଟିଏ ମୁଁ ଛିଡ଼ା ହୋଇଥିବା ରାସ୍ତା ପାର୍ଶ୍ୱକୁ ଆସିଥିଲା। ରାଷ୍ଟ୍ରାୟତ୍ତ ଆନାତୋଲୁ ଏଜେନ୍ସି କହିଛି ଯେ, ବିସ୍ଫୋରଣ ପରେ ଘଟଣାସ୍ଥଳରେ ଗୁଳିମାଡ଼ରେ ଶବ୍ଦ ଶୁଣା ଯାଇଥିଲା।

ତୁର୍କୀରେ ଚଳିତବର୍ଷ ଅନେକ ବୋମା ବିସ୍ଫୋରଣ ଘଟିଛି। ଇସ୍ତାନବୁଲର ପର୍ଯ୍ୟଟନ ସ୍ଥଳୀରେ ଆଇଏସ୍ଆଇଏସ୍ ଦ୍ୱରା ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଘଟାଯାଇଥିବା ବେଳେ କୁର୍ଦ୍ଦିସ ଉଗ୍ରବାଦୀମାନେ ରାଜଧାନୀ ଆଙ୍କାରାରେ ଦୁଇଟି କାର ବୋମା ବିସ୍ପୋରଣ ପାଇଁ ନିଜକୁ ଦାୟୀ କରିଥିଲେ।

Related story