ଇଟାଲୀ ସ୍ଥିତି ସାଂଘାତିକ, ଚାଇନା ମୃତ୍ୟୁସଂଖ୍ୟାକୁ ଅତିକ୍ରମ କଲା

ରୋମ: ମହାମାରୀ କରୋନା ଭାଇରସ ଯୋଗୁ ୟୁରୋପୀୟ ଦେଶ ଇଟାଲୀ ସ୍ଥିତି ସାଂଘାତିକ ହୋଇପଡ଼ିଛି। କରୋନା ବ୍ୟାପୁଥିବାରୁ ଇଟାଲୀ ସରକାର ସମଗ୍ର ଦେଶରେ ଲକ ଡାଉନ କରିଛନ୍ତି। ତଥାପି ପ୍ରତିଦିନ ଏଠାରେ ଶହଶହ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି। ସ୍ଥିତି ବର୍ତ୍ତମାନ ଏତେ ସାଂଘାତିକ ହୋଇଛି ଯେ କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାକୁ ପଛରେ ପକାଇ ଇଟାଲୀରେ ଏବେ ମୃତ୍ୟୁସଂଖ୍ୟା ଆଗକୁ ବଢ଼ି ଯାଇଛି। ଗୁରୁବାର ସୁଦ୍ଧା ଇଟାଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯୭୫ ରହିଥିଲା। […]

e

Hemant Lenka
  • Published: Friday, 20 March 2020
  • , Updated: 20 March 2020, 03:01 PM IST

ରୋମ: ମହାମାରୀ କରୋନା ଭାଇରସ ଯୋଗୁ ୟୁରୋପୀୟ ଦେଶ ଇଟାଲୀ ସ୍ଥିତି ସାଂଘାତିକ ହୋଇପଡ଼ିଛି। କରୋନା ବ୍ୟାପୁଥିବାରୁ ଇଟାଲୀ ସରକାର ସମଗ୍ର ଦେଶରେ ଲକ ଡାଉନ କରିଛନ୍ତି। ତଥାପି ପ୍ରତିଦିନ ଏଠାରେ ଶହଶହ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି।

ସ୍ଥିତି ବର୍ତ୍ତମାନ ଏତେ ସାଂଘାତିକ ହୋଇଛି ଯେ କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାକୁ ପଛରେ ପକାଇ ଇଟାଲୀରେ ଏବେ ମୃତ୍ୟୁସଂଖ୍ୟା ଆଗକୁ ବଢ଼ି ଯାଇଛି। ଗୁରୁବାର ସୁଦ୍ଧା ଇଟାଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯୭୫ ରହିଥିଲା। ହେଲେ ଗତ ୨୪ ଘଣ୍ଟାରେ କରୋନା ଯୋଗୁ ଏଠାରେ ଆଉ ୪୨୭ ଜଣ ଲୋକ ଜୀବନ ହାରିଛନ୍ତି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୪୦୫ରେ ପହଞ୍ଚି ଯାଇଛି।

ଅନ୍ୟପକ୍ଷରେ ଚାଇନାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୨୪୮ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ୨୪ ଘଣ୍ଟାରେ ଏଠାରେ ମାତ୍ର ୩ ଜଣ ଲୋକଙ୍କ ଜୀବନ ଯାଇଛି। ଚାଇନା ସ୍ଥିତି ସୁଧୁରୁ ଥିଲେ ହେଁ ଇଟାଲୀରୁ ପ୍ରତିଦିନ ଭୟଙ୍କର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି।

ବର୍ତ୍ତମାନ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୦୩୫ ରହିଛି। ସେହିପରି ଏମାନଙ୍କ ମଧ୍ୟରୁ ମାତ୍ର ୪୪୪୦ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୩,୧୯୦ ଜଣ ଲୋକ ଚିକିତ୍ସିତ ହେଉଛନ୍ତି। ଚିକିତ୍ସିତ ହେଉଥିବା ୩୩ ହଜାର ଲୋକଙ୍କ ମଧ୍ୟରୁ ୨,୪୯୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Related story