ଆରପାରିରେ ଆଇଟିସିର ଅଧ୍ୟକ୍ଷ ଦେବେଶ୍ୱର

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ତଥା ଆଇଟିସି କମ୍ପାନୀର ଅଧ୍ୟକ୍ଷ ୱାଇସି ଦେବେଶ୍ୱର ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ଅସୁସ୍ଥ ଥିବା ବେଳେ ଆଜି ସକାଳେ ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଇଟିସିର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଓ ସିଇଓ ପଦରୁ ଦେବେଶ୍ୱର ୨୦୧୭ରେ ଅବ୍ୟାହତି ନେଇଥିଲେ। କିନ୍ତୁ ସେ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। […]

e

Hemant Lenka
  • Published: Saturday, 11 May 2019
  • , Updated: 11 May 2019, 03:26 PM IST

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ତଥା ଆଇଟିସି କମ୍ପାନୀର ଅଧ୍ୟକ୍ଷ ୱାଇସି ଦେବେଶ୍ୱର ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ଅସୁସ୍ଥ ଥିବା ବେଳେ ଆଜି ସକାଳେ ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଇଟିସିର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଓ ସିଇଓ ପଦରୁ ଦେବେଶ୍ୱର ୨୦୧୭ରେ ଅବ୍ୟାହତି ନେଇଥିଲେ। କିନ୍ତୁ ସେ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଆଇଟିସିର ମ୍ୟାନେଜିଂ ଡିରେକ୍ଟର ସଞ୍ଜୀବ ପୁରୀ କହିଛନ୍ତି,“ଆଇଟିସି ଅଧ୍ୟକ୍ଷ ୱାଇସି ଦେବେଶ୍ୱରଙ୍କ ବିୟୋଗରେ ଆମେ ଅତ୍ୟନ୍ତ ମର୍ମାହତ ହୋଇଛୁ।”

ଦିବଂଗତ ଦେବେଶ୍ୱର ୧୯୬୮ ମସିହାରେ ଆଇଟିସିରେ ଯୋଗଦେଇଥିଲେ। ତାଙ୍କୁ ୧୯୮୪ ମସିହା ଏପ୍ରିଲ ୧୧ରେ ଆଇଟିସି ବୋର୍ଡର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା।

ଏହାପରେ ସେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ୧୯୯୬ ଜାନୁଆରୀ ୧ରେ ଏହାର ଅଧ୍ୟକ୍ଷ ହୋଇଥିଲେ। ଆଇଟିସି ପ୍ରଥମେ ସିଗାରେଟ୍‌ ତିଆରି କରୁଥିଲା। ଏହାପରେ ଏହା ବିଭିନ୍ନ କ୍ଷେତ୍ରକୁ ନିଜର ବ୍ୟବସାୟ ବୃଦ୍ଧି କରିଥିଲା। ଆଇଆଇଟି ଦିଲ୍ଲୀ ଓ ହାର୍ଭାର୍ଡ ବିଜନେସ୍‌ ସ୍କୁଲରେ ଅଧ୍ୟୟନ କରିଥିବା ଦେବେଶ୍ୱର ୧୯୯୧ରୁ ୧୯୯୪ ଯାଏ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଓ ଏମ୍‌ଡି ଭାବେ କାର୍ଯ୍ୟ କରିଥିଲେ।

Related story