ଆୟକର ରିଟର୍ଣ୍ଣ ଦାଖଲ ଅବଧି ପୁଣି ବଢ଼ିଲା

ନୂଆଦିଲ୍ଲୀ: କରୋନା ଲକଡାଉନ ମଧ୍ୟରେ ଟିକସଦାତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସରକାର ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ବୃଦ୍ଧି କରିଛନ୍ତି। ଘୋଷଣା ଅନୁଯାୟୀ, ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ନଭେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। ଆୟକର ବିଭାଗ ଟ୍ୱିଟ କରି କହିଛି ଯେ “ବର୍ତ୍ତମାନ ଆମେ କେଉଁ ସମୟ ଦେଇ ଗତି କରୁଛୁ, ସେକଥା ସମସ୍ତେ ବୁଝି ପାରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆୟକର ରିଟର୍ଣ୍ଣ […]

r

Hemant Lenka
  • Published: Saturday, 04 July 2020
  • , Updated: 04 July 2020, 03:53 PM IST

ନୂଆଦିଲ୍ଲୀ: କରୋନା ଲକଡାଉନ ମଧ୍ୟରେ ଟିକସଦାତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସରକାର ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ବୃଦ୍ଧି କରିଛନ୍ତି।

ଘୋଷଣା ଅନୁଯାୟୀ, ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ନଭେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। ଆୟକର ବିଭାଗ ଟ୍ୱିଟ କରି କହିଛି ଯେ “ବର୍ତ୍ତମାନ ଆମେ କେଉଁ ସମୟ ଦେଇ ଗତି କରୁଛୁ, ସେକଥା ସମସ୍ତେ ବୁଝି ପାରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆୟକର ରିଟର୍ଣ୍ଣ ଫାଇଲକୁ ପୁଣିଥରେ ବୃଦ୍ଧି କରାଯାଉଛି। ୨୦୧୯-୨୦ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ଅବଧିକୁ ନଭେମ୍ବର ୩୦ ଯାଏ ବୃଦ୍ଧି କରାଯାଉଛି।”

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଧାର ସହ ପାନ କାର୍ଡ ସଂଯୋଗକୁ ୨୦୨୧ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରିଛନ୍ତି। ସେହିପରି ଟିକସ ଅଡିଟ୍‌ ତାରିଖକୁ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରାଯାଇଛି।

‘ବିବାଦ ସେ ବିଶ୍ୱାସ’ ସ୍କିମ ଜରିଆରେ ଟିକସ ଦାତା ଏଣିକି ୨୦୨୦ ଡିସେମ୍ବର ୩୧ ମଧ୍ୟରେ ନିଜର ଅର୍ଥ ପୈଠ କରିପାରିବେ। ପୂର୍ବରୁ ଏହା ଜୁନ ୪ ରହିଥିଲା। ଟିକସ ଦେଉ ନଥିବା ଲୋକଙ୍କୁ ବିନା କୌଣସି ଫାଇନରେ ଅର୍ଥ ପୈଠ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ।

Related story