ନୂଆ ସରକାର ଗଠନ ହେବା ପରେ ଚିକିତ୍ସା ପାଇଁ ଲଣ୍ଡନ ଯାଇପାରନ୍ତି ଜେଟଲୀ

ନୂଆଦିଲ୍ଲୀ: ନୂଆ ସରକାର ଗଠନ ହେବା ପରେ ବିଦାୟୀ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସା ପାଇଁ ଲଣ୍ଡନ ଯାଇ ପାରନ୍ତି। ତେବେ ଏ ନେଇ ଜେଟଲୀ କିମ୍ୱା ତାଙ୍କ ଅଫିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଖବର ସରବାରହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ ଜୁନ ପ୍ରଥମ ସପ୍ତାହରେ ଲଣ୍ଡନରେ ପାରିବାରିକ କାର୍ଯ୍ୟକ୍ରମ ରହିଥିବାରୁ ଜେଟଲୀ ଲଣ୍ଡନ ଯିବେ ବୋଲି ତାଙ୍କର ଜଣେ ନିକଟତମ ସହଯୋଗୀ ନାମ ଗୋପନ ରଖି ଏହା କହିଛନ୍ତି। ଜେଟଲୀ ଲଣ୍ଡନରେ […]

jaitley office

jaitley office

Subhransu Sekhar
  • Published: Saturday, 25 May 2019
  • Updated: 25 May 2019, 10:20 AM IST

Sports

Latest News

ନୂଆଦିଲ୍ଲୀ: ନୂଆ ସରକାର ଗଠନ ହେବା ପରେ ବିଦାୟୀ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସା ପାଇଁ ଲଣ୍ଡନ ଯାଇ ପାରନ୍ତି। ତେବେ ଏ ନେଇ ଜେଟଲୀ କିମ୍ୱା ତାଙ୍କ ଅଫିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଖବର ସରବାରହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ ଜୁନ ପ୍ରଥମ ସପ୍ତାହରେ ଲଣ୍ଡନରେ ପାରିବାରିକ କାର୍ଯ୍ୟକ୍ରମ ରହିଥିବାରୁ ଜେଟଲୀ ଲଣ୍ଡନ ଯିବେ ବୋଲି ତାଙ୍କର ଜଣେ ନିକଟତମ ସହଯୋଗୀ ନାମ ଗୋପନ ରଖି ଏହା କହିଛନ୍ତି।
ଜେଟଲୀ ଲଣ୍ଡନରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିଜ ଚିକିତ୍ସା କରାଇବା ପାଇଁ ଯାଉଥିବା ଆଲୋଚନା ହେଉଛି।

ଅସୁସ୍ଥତା କାରଣରୁ ଜେଟଲୀ ଚଳିତଥର ନିର୍ବାଚନ ଲଢ଼ିନଥିଲେ। ଏହାରି ଭିତରେ ତିନି ସପ୍ତାହ ହେଲା ଜେଟଲୀ ନିଜ କାର୍ଯ୍ୟାଳୟକୁ ଆସୁନଥିବା ଜଣାପଡ଼ିଛି। ତେବେ ଗତକାଲି ସେ ଅର୍ଥମନ୍ତ୍ରଣାଳୟ କାର୍ଯ୍ୟାଳୟକୁ ଆସି ବିଭିନ୍ନ ଅଫିସରଙ୍କ ବୈଠକ କରିଥିଲେ ବୋଲି ସୂଚନା ରହିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos