ନୂଆଦିଲ୍ଲୀ: ଜାଲ୍ ଆଇନ ଡିଗ୍ରୀ ମାମଲାରେ ଫସି ଥିବା ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଅର୍ଥମନ୍ତ୍ରୀ ଜିତେନ୍ଦ୍ର ସିଂହ ତୋମାରଙ୍କୁ ଚାରି ଦିନ ପାଇଁ ପୋଲିସ୍ ରିମାଣ୍ଡକୁ ପଠାଇ ଦିଆଯାଇଛି। ସୋମବାର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହୋଇଥିଲା। ମାମଲା ସଂପର୍କରେ ଅଧିକ ଯାଞ୍ଚ କରିବା ପାଇଁ ତଥା ଜିତେନ୍ଦ୍ର ସିଂହ ତୋମାରଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପୋଲିସ୍ ତାଙ୍କୁ ୮ ଦିନ ରିମାଣ୍ଡରେ ନେବା ଲାଗି କୋର୍ଟଙ୍କୂ ଆବେଦନ କରିଥିଲା।
ଦିଲ୍ଲୀ ପୋଲିସ୍ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ ତୋମାରଙ୍କୁ ବୁନ୍ଦେଲଖଣ୍ଡ ନିଆଯିବା ଜରୁରୀ। ସେଠାରେ ଯାଞ୍ଚ୍ କଲା ପରେ ମାମଲାର ସତ୍ୟତା ନେଇ ଅନେକ ତଥ୍ୟ ମିଳିବାର ସମ୍ଭାବନା ରହିଛି।
ଆଜି କୋର୍ଟରେ ହାଜର କରାଯିବା ପୂର୍ବରୁ ଦିଲ୍ଲୀ ପୋଲିସ୍ ତୋମାରଙ୍କୁ ରୋହିଣୀ ସ୍ଥିତ ୟୁନିଭର୍ସାଲ ଇନଷ୍ଟିଚ୍ୟୁଟକୁ ନିଆଯାଇଥିଲା। ଏହି ଇନଷ୍ଟିଚ୍ୟୁଟର ଜଣେ ମହିଳା ତାଙ୍କୁ ଜାଲ୍ ସାର୍ଟିଫିକେଟ୍ ଯୋଗାଇ ଦେଇଥିଲେ ବୋଲି କୁହାଯାଉଛି। ଏଠାରୁ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ପାଇଥିବା କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
National
ଦିଲ୍ଲୀ ଦଖଲ କସରତ୍: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି
ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ରେ ଭୋଟିଂ ହେବ। ୮ ତାରିଖରେ ଫଳାଫଳ ଆସିବ।
National
ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ
ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି।
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।