କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିରୋଧରେ ରାଜ୍ୟ ସଭାରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ ଅନୁଭବ

ନୂଆଦିଲ୍ଲୀ: ମହାନଦୀରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରୁଛି। ଏହାକୁ ବିରୋଧ କରୁଛି ଓଡ଼ିଶା ସରକାର। ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜିବ ବାଲିୟାନ୍ ସଂସଦରେ ଭୁଲ ତଥ୍ୟ ଦେଇଛନ୍ତି। ସେଥିପାଇଁ ଶ୍ରୀ ବାଲିୟାନଙ୍କ ବିରୋଧରେ ରାଜ୍ୟ ସଭାରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି ସାଂସଦ ଅନୁଭବ ମହାନ୍ତି। ଏହା ପୂର୍ବରୁ ଲୋକସଭାରେ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଥିଲେ ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ, ପ୍ରଭାସ […]

the-parliament-house

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 04:24 PM IST

ନୂଆଦିଲ୍ଲୀ: ମହାନଦୀରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରୁଛି। ଏହାକୁ ବିରୋଧ କରୁଛି ଓଡ଼ିଶା ସରକାର। ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜିବ ବାଲିୟାନ୍ ସଂସଦରେ ଭୁଲ ତଥ୍ୟ ଦେଇଛନ୍ତି। ସେଥିପାଇଁ ଶ୍ରୀ ବାଲିୟାନଙ୍କ ବିରୋଧରେ ରାଜ୍ୟ ସଭାରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି ସାଂସଦ ଅନୁଭବ ମହାନ୍ତି। ଏହା ପୂର୍ବରୁ ଲୋକସଭାରେ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଥିଲେ ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ, ପ୍ରଭାସ ସିଂ ଓ ନଗେନ୍ଦ୍ର ପ୍ରଧାନ। ସେତେବେଳେ ମନ୍ତ୍ରୀ କହିଥିଲେ, ଛତିଶଗଡ଼ ସରକାରଙ୍କଠାରୁ ମିଳିଥିବା ଲିଖିତ ତଥ୍ୟ ଆଧାରରେ ସେ ଗୃହରେ ବିବୃତି ଦେଇଥିଲେ।

Related story