ସ୍ୱାଧୀନତାର ୭୩ ବର୍ଷ ପରେ ସୀମାବର୍ତ୍ତୀ ଗାଁରେ ଜଳିଲା ବଲ୍

ଶ୍ରୀନଗର: ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲା ନୋଶେରାର ଅନେକ ଗାଁକୁ ସଂଯୋଗ ହେଲା ବିଦ୍ୟୁତ୍। ଦେଶ ସ୍ୱାଧୀନ ହେବାର ୭୩ ବର୍ଷ ପରେ ବି ଏଠାରେ ବିଦ୍ୟୁତ୍ ସେବା ଆରମ୍ଭ ହୋଇପାରିନଥିଲା। ହେଲେ ମୋଦି ସରକାରର ସୌଭାଗ୍ୟ ଯୋଜନା ଅଧୀନରେ ଏହିସବୁ ଗାଁକୁ ବିଦ୍ୟୁତ୍ ସେବା ସଂଯୋଗ ହୋଇଛି। ନୌଶେରାର ଏହି ଅଞ୍ଚଳ ପାହାଡିଆ ଜାଗା। ଏଠିକାର ଲୋକଙ୍କ ପାଇଁ ବିଦ୍ୟୁତ୍ ସେବା ସାତ ସପନ ଥିଲା। ହେଲେ ସରକାରଙ୍କ ସୌଭାଗ୍ୟ ଯୋଜନା ଏଠିକାର ଲୋକଙ୍କ ଜୀବନରେ […]

noshera sector

Subhransu Sekhar
  • Published: Monday, 09 November 2020
  • , Updated: 09 November 2020, 06:11 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲା ନୋଶେରାର ଅନେକ ଗାଁକୁ ସଂଯୋଗ ହେଲା ବିଦ୍ୟୁତ୍। ଦେଶ ସ୍ୱାଧୀନ ହେବାର ୭୩ ବର୍ଷ ପରେ ବି ଏଠାରେ ବିଦ୍ୟୁତ୍ ସେବା ଆରମ୍ଭ ହୋଇପାରିନଥିଲା। ହେଲେ ମୋଦି ସରକାରର ସୌଭାଗ୍ୟ ଯୋଜନା ଅଧୀନରେ ଏହିସବୁ ଗାଁକୁ ବିଦ୍ୟୁତ୍ ସେବା ସଂଯୋଗ ହୋଇଛି।

ନୌଶେରାର ଏହି ଅଞ୍ଚଳ ପାହାଡିଆ ଜାଗା। ଏଠିକାର ଲୋକଙ୍କ ପାଇଁ ବିଦ୍ୟୁତ୍ ସେବା ସାତ ସପନ ଥିଲା। ହେଲେ ସରକାରଙ୍କ ସୌଭାଗ୍ୟ ଯୋଜନା ଏଠିକାର ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିଛି ବୋଲି ଏଠିକାର ସ୍ଥାନୀୟ ବାସିନ୍ଦା ଅବଦୁଲ ହମିଦ କହିଛନ୍ତି।

ହମିଦ କହିଛନ୍ତି, 'ଆମେ ସରକାରଙ୍କୁ କୃତଜ୍ଞତା ଜଣାଉଛୁ। ଏହା ପୂର୍ବରୁ ଆମ ପିଲାମାନେ ବିଦ୍ୟୁତ୍ ନଥିବାରୁ ଠିକ୍ ଭାବରେ ପାଠ ପଢ଼ିପାରୁନଥିଲେ। ମୋବାଇଲ୍ ଚାର୍ଜ କରିବାକୁ ଆମକୁ ଅନ୍ୟ ଗାଁକୁ ଯିବାକୁ ପଡୁଥିଲା | ବର୍ତ୍ତମାନ ୧,୫୦୦ ରୁ ୧,୬୦୦ ପରିବାର ଘରେ ବିଦ୍ୟୁତ ସେବା ସଂଯୋଗ ହୋଇଛି ବୋଲି ସେ କହିଛନ୍ତି।

ନୋଶେରାର ପ୍ରାୟ ୪୪ଟି ପଞ୍ଚାୟତ ଏବେ ବିଦ୍ୟୁତ୍ ସେବା ସଂଯୁକ୍ତ ହୋଇଛି। ସହକାରୀ ଯନ୍ତ୍ରୀ ବରୁଣ ସାଦୋତ୍ରା କହିଛନ୍ତି, 'ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଅନେକ ସୀମା ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇନଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସୌଭାଗ୍ୟ ଯୋଜନା ଅଧୀନରେ ଗ୍ରାମାଞ୍ଚଳର ଅର୍ଥନୀତିକୁ ଆଗକୁ ବଢ଼ାଇବା ପାଇଁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। ସେ କହିଛନ୍ତି,  ଏବେ ଏଠିକାର ଲୋକମାନେ ଏବେ ୱେଲଡିଂ ଦୋକାନ, ଆସବାବପତ୍ର ଦୋକାନା ଆଦି ଛୋଟ ବ୍ୟବସାୟ ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ସେପ୍ଟେମ୍ବର ୨୦୧୭ରେ ଏହି ସୌଭାଗ୍ୟ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ଗ୍ରାମାଞ୍ଚଳର ସମସ୍ତ ପରିବାର (ଉଭୟ ଏପିଏଲ୍ ଏବଂ ଗରିବ ପରିବାର) ଏବଂ ସହରାଞ୍ଚଳର ଗରିବ ଲୋକଙ୍କୁ ମାଗଣା ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଉଛି।

Related story