ଜମ୍ମୁ କଶ୍ମୀରରେ ଆଜି ୧୪୪ ଧାରା ଢିଲା, ସ୍ୱାଭାବିକ୍ ହେଉଛି ମୋବାଇଲ ଓ ଇଣ୍ଟରନେଟ୍ ସେବା

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଧାରା ୩୭୦ ହଟାଇବା ପରେ ହିଂସାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ ଅନେକ ସ୍ଥାନରେ କର୍ଫ୍ୟୁ ଜାରି ରହିଛି। ତେଣୁ ଜମ୍ମୁ କଶ୍ମୀରବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ନମାଜ ପାଇଁ ସୁରକ୍ଷା ବ୍ୟବସ୍ଥା ଟିକିଏ ଢ଼ିଲା କରାଯାଇଛି।   ଆଗକୁ ଇଦ୍ ପର୍ବ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା କ’ଣ ରହିବ […]

jammu kashmir

Subhransu Sekhar
  • Published: Friday, 09 August 2019
  • , Updated: 09 August 2019, 02:26 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଧାରା ୩୭୦ ହଟାଇବା ପରେ ହିଂସାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ ଅନେକ ସ୍ଥାନରେ କର୍ଫ୍ୟୁ ଜାରି ରହିଛି। ତେଣୁ ଜମ୍ମୁ କଶ୍ମୀରବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ନମାଜ ପାଇଁ ସୁରକ୍ଷା ବ୍ୟବସ୍ଥା ଟିକିଏ ଢ଼ିଲା କରାଯାଇଛି।

 

ଆଗକୁ ଇଦ୍ ପର୍ବ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା କ'ଣ ରହିବ ସେ ନେଇ ରବିବାର ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରାମର୍ଶଦାତା କେ.ବିଜୟ କୁମାର ଏହି ସୂଚନା ଦେଇଛନ୍ତି। ଲୋକମାନେ ଆଜି ଅତ୍ୟାବଶ୍ୟକ ଜିନିଷ ନେବା ପାଇଁ ଘରୁ ବାହାରିଛନ୍ତି। କିଛି କିଛି ସ୍ଥାନରେ ମୋବାଇଲ୍ ସେବା ଆରମ୍ଭ ହୋଇଛି ବୋଲି ଜଣାପଡ଼ିଛି। ଅନ୍ୟପଟେ ନମାଜ ବେଳେ ପରିସ୍ଥିତି ସ୍ୱାଭାବିକ ରଖିବା ପାଇଁ ମସଜିଦ୍ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଜି ଶ୍ରୀନଗରର ଜାମା ମସଜିଦର ମୁଖ୍ୟ ଫାଟକ ବନ୍ଦ ରହିବ ବୋଲି ସୂଚନା ରହିଛି। କିନ୍ତୁ ସହର ଭିତରେ ଥିବା ଅନ୍ୟ ମସଜିଦ ଗୁଡ଼ିକ ଖୋଲା ରହିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ କେନ୍ଦ୍ର ସରକାର ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ଗୋଟିଏ ଜମ୍ମୁ ଓ କଶ୍ମୀର ଏବଂ ଅନ୍ୟଟି ଲଦାଖ। ସରକାରଙ୍କ ଏପରି ନିଷ୍ପତ୍ତିକୁ ପୂର୍ବରୁ ଜମ୍ମୁ କଶ୍ମୀରର ପ୍ରମୁଖ ନେତା ବିରୋଧ କରି ଆସୁଥିଲେ। ତେଣୁ ସରକାର ଧାରା ୩୭୦ ହଟାଇବା ପରେ ହିଂସା ଘଟଣା ଦେଖିବାକୁ ମିଳିପାରେ ଭାବି ପିଡିପି ମୁଖ୍ୟ ମେହବୁବା ମୁଫତି ଓ ନ୍ୟାଶନାଲ କନଫରେନସ ପାର୍ଟିର ମୁଖ୍ୟ ଓମର ଅବଦୁଲ୍ଲାଙ୍କ ଭଳି ୪୦୦ ନେତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି।

Related story