ଶ୍ରୀନଗର: ଜମ୍ମୁ-କଶ୍ମୀରର ଶୋପିଆନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ କୁଲଗାମ ଅଞ୍ଚଳର ଶାୟର ଅହମ ଭଟ୍ଟ ଓ ଶୋପିଆନ ଅଞ୍ଚଳର ଶାକିର ଅହମ୍ମଦ ବଗାୟ। ଏହି ଦୁଇ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଟାର୍ଗେଟ୍ରେ ଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି।
ଏହାପୂର୍ବରୁ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଏହାସହ ଅନନ୍ତନାଗ ଜିଲ୍ଲାର ନୋଗାମ ଶାହବାଦରେ ସୁରକ୍ଷାକର୍ମୀ ୨ରୁ ୩ ଜଣ ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରି ରଖିଥିଲେ।
୬ ଜୁନ୍ ମଧ୍ୟରେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଶହେରୁ ଅଧିକ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ କହିଛି ଏବେ ସୁଦ୍ଧା ସୁରକ୍ଷାକର୍ମୀ ୧୦୬ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ପରିସ୍ଥିତି ସୁଧାରିବାରେ ବିଫଳ'; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି
ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି।
Accident
ପୁଣି ହିଟ୍ ଆଣ୍ଡ ରନ୍; ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲିଗଲା ଜୀବନ
କର୍ଣ୍ଣାଟକର ଜଣେ କଂଗ୍ରେସ ନେତାଙ୍କ ପୁଅର SUV କାର୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
National
ହସ୍ପିଟାଲରେ ନିଆଁ ଲାଗି ୧୧ ଶିଶୁ ମୃତ୍ୟୁ ଘଟଣା, ଜଣାପଡିଲା ଅଗ୍ନିକାଣ୍ଡର କାରଣ
ଉତ୍ତରପ୍ରଦେଶ ଝାନ୍ସି ହସ୍ପିଟାଲରେ ନିଆଁ ଲାଗି ୧୧ ଶିଶୁଙ୍କର ମୃତ୍ୟୁ ଘଟିଥିଲା।
Politics
ଦିଲ୍ଲୀ ରାଜନୀତି; କୈଳାଶ ଗଲେ ଅନିଲ ଆସିଲେ
ଅଶୋକ ଗେହଲଟ ଆପ୍ ଛାଡ଼ୁ ଛାଡ଼ୁ ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ବିଧାୟକ ଅନିଲ ଝା।
Politics
ଇଡି-ସିବିଆଇ ଚାପରେ ଇସ୍ତଫା ଦେଇଛନ୍ତି କୈଳାଶ ଗେହଲଟ: ଆପ୍
ବିଧାନସଭା ନିର୍ବାଚନ ମଧ୍ୟରେ ଆପ୍ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ କୈଳାଶ ଗେହଲଟ।