ଶାନ୍ତିରେ ନୂଆ କଶ୍ମୀର ପାଳିଲା ପ୍ରଥମ ଇଦ୍‌

ଶ୍ରୀନଗର: ବହୁ ଉତ୍ସାହର ସହିତ ସାରା ଦେଶର ମୁସଲିମ୍‌ ଧର୍ମାବଲମ୍ବୀମାନେ ଆଜି ପାଳିଛନ୍ତି ଇଦ୍‌-ଉଲ୍‌-ଜୁହା ବା ବକ୍ରି ଇଦ୍‌। ସାମୂହିକ ପ୍ରାର୍ଥନା ସହ ପରସ୍ପରକୁ ଆଲିଙ୍ଗନ କରି ଏହି ପବିତ୍ର ଦିନର ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତଙ୍କ ନଜର କିନ୍ତୁ ରହିଥିଲା ସଦ୍ୟ ନବଜୀବନ ପାଇଥିବା ଜମ୍ମୁ-କଶ୍ମୀର ଉପରେ। ସମ୍ବିଧାନର ବିବାଦୀୟ ଧାରା ୩୭୦ର ଉଚ୍ଛେଦ ପରେ ପ୍ରଥମ ଇଦ୍‌-ଉଲ୍‌-ଜୁହା ବା ବକ୍ରି ଇଦ୍‌ ପାଳନ କରିଛି ନୂଆ ଜମ୍ମୁ-କଶ୍ମୀର। ଭାରତର ଭୂସ୍ୱର୍ଗ କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା […]

eid

eid

Subrat Kumar Nayak
  • Published: Monday, 12 August 2019
  • Updated: 12 August 2019, 09:28 PM IST

Sports

Latest News

ଶ୍ରୀନଗର: ବହୁ ଉତ୍ସାହର ସହିତ ସାରା ଦେଶର ମୁସଲିମ୍‌ ଧର୍ମାବଲମ୍ବୀମାନେ ଆଜି ପାଳିଛନ୍ତି ଇଦ୍‌-ଉଲ୍‌-ଜୁହା ବା ବକ୍ରି ଇଦ୍‌। ସାମୂହିକ ପ୍ରାର୍ଥନା ସହ ପରସ୍ପରକୁ ଆଲିଙ୍ଗନ କରି ଏହି ପବିତ୍ର ଦିନର ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତଙ୍କ ନଜର କିନ୍ତୁ ରହିଥିଲା ସଦ୍ୟ ନବଜୀବନ ପାଇଥିବା ଜମ୍ମୁ-କଶ୍ମୀର ଉପରେ। ସମ୍ବିଧାନର ବିବାଦୀୟ ଧାରା ୩୭୦ର ଉଚ୍ଛେଦ ପରେ ପ୍ରଥମ ଇଦ୍‌-ଉଲ୍‌-ଜୁହା ବା ବକ୍ରି ଇଦ୍‌ ପାଳନ କରିଛି ନୂଆ ଜମ୍ମୁ-କଶ୍ମୀର। ଭାରତର ଭୂସ୍ୱର୍ଗ କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଏବଂ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ମାନେ ବହୁ ପ୍ରୟାସ କରିଥିଲେ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ଇଦ୍‌ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଥିବା ଜଣାପଡିଛି।

ଜମ୍ମୁର ଡିଭିଜନାଲ କମିଶନର ସଞ୍ଜୀବ ବର୍ମାଙ୍କ କହିବା ଅନୁଯାୟୀ ଜମ୍ମୁର ୧୦ଟି ଜିଲ୍ଲାରେ ମୁସଲିମ୍‌ ସମ୍ପ୍ରଦାୟର ଲୋକେ ଶାନ୍ତି ଶୃଙ୍ଖଳାର ସହିତ ଇଦ୍‌ ମନାଇଛନ୍ତି। ସେହିଭଳି ବାରମୁଲ୍ଲାଠାରେ ୧୦ ହଜାର ଲୋକ ଏବଂ ବାନ୍ଦିପୋରାଠାରେ ୫ ହଜାର ଲୋକ ସାମୂହିକ ନମାଜ ପାଠ ପାଇଁ ଏକାଠି ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ନମାଜ ପାଠ ପରେ ମିଠା ବଣ୍ଟନର କିଛି ଭିଡିଓ ସହିତ ଗୃହ ମନ୍ତ୍ରଣାଳୟର ମୁଖପାତ୍ର ବସୁଧା ଗୁପ୍ତା ଟ୍ୱିଟ୍‌ କରି କହିଛନ୍ତି, ଅନନ୍ତନାଗ, ବାରମୁଲ୍ଲା, ବଡ୍‌ଗାମ୍‌ ଏବଂ ବାନ୍ଦିପୋରା ଆଦି ସ୍ଥାନରେ ବିନା କୌଣସି ସମସ୍ୟାରେ ଇଦ୍‌ ପାଳିତ ହୋଇଛି। ବିଶେଷ କରି ବାରମୁଲ୍ଲାର ଜାମିଆ ମସଜିଦ୍‌ଠାରେ ୧୦ ହଜାର ଲୋକ ସାମୂହିକ ପ୍ରାର୍ଥନା କରିଥିଲେ।

ଜମ୍ମୁ ଡେପୁଟୀ କମିଶନର ସୁଷମା ଚୌହାନ କହିଛନ୍ତି, ଇଦ୍‌ ଆନନ୍ଦ ଏବଂ ଉତ୍ସାହର ସହିତ ପାଳିତ ହେଉଛି। ଏହା ଏକ ପବିତ୍ର ଅବସର ଏବଂ ଏହା ଶାନ୍ତି ଓ ଆନନ୍ଦର ସହିତ ପାଳିତ ହେବା କଥା। ସୂଚନାଯୋଗ୍ୟ ଯେ, କର୍ତ୍ତୃପକ୍ଷ କଶ୍ମୀରର ବିଭିନ୍ନ ସ୍ଥାନରେ ଖାସ୍‌ ଇଦ୍‌ ପାଇଁ କଟକଣା କୋହଳ କରିଥିଲେ। ଜମ୍ମୁ-କଶ୍ମୀର ଯୋଜନା କମିଶନର ମୁଖପାତ୍ର କହିଛନ୍ତି, ବରମୁଲ୍ଲା, ରାମବନ୍‌, ଅନନ୍ତନାଗ, ସୋପିଆନ୍‌, ଅୱନ୍ତିପୋରା, ଶ୍ରୀନଗର ଏବଂ ଅନ୍ୟ ସ୍ଥାନମାନଙ୍କରେ ଶାନ୍ତି ଏବଂ ଶୃଙ୍ଖଳା ସହିତ ସାମୂହିକ ଇଦ୍‌ ପ୍ରାର୍ଥନା ଅନୁଷ୍ଠିତ ହୋଇଥିବା ଆମେ ରିପୋର୍ଟ ପାଇଛୁ। ଆଜି ବିଭିନ୍ନ ସ୍ଥାନରୁ ଲୋକେ ଇଦ୍‌ଗାହକୁ ଆସିଥିଲେ ଏବଂ ଇଦ୍‌ ପ୍ରାର୍ଥନା ସରିବା ପରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହା ପୂର୍ବରୁ ରବିବାର ବିଭିନ୍ନ ମୁସଲିମ୍‌ ଧର୍ମଗୁରୁମାନଙ୍କ ସହ କଶ୍ମୀର ଡିଭିଜିନାଲ କମିଶନର ବସୀର ଖାନ୍‌, କଶ୍ମୀର ଆଇଜିପି ସ୍ୱୟଂପ୍ରକାଶ ପାଣି ଏବଂ ଶ୍ରୀନଗର ଜିଲ୍ଲା ମାଜିଷ୍ଟ୍ରେଟ୍‌ ସହିଦ ଚୌଧୁରୀ ବୈଠକ କରି ଶାନ୍ତିପୂର୍ଣ୍ଣ ଭାବେ ଏବଂ ସୁରୁଖୁରୁରେ କିଭଳି ଇଦ୍‌ ପାଳନ ହେବ ତାହା ନିଶ୍ଚିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story