ଜମ୍ମୁ ଓ କାଶ୍ମୀର: ଜଣେ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁପୱାଡ଼ା ଜିଲ୍ଲାର କାନ୍ଥପୋରା ଗାଁରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆତଙ୍କବାଦୀ ଜଣଙ୍କ ଗତକାଲି ରାତିରୁ କାନ୍ଥପୋରାରେ ଏକ ମସ୍‌ଜିଦ୍‌ରେ ଲୁଚି ରହିଥିଲା। କୌଣସି ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚିଥିଲେ ଓ ତେବେ ସ୍ଥାନୀୟ ଲୋକମାନେ ପଥର ମାଡ଼ କରିବାରୁ ସେମାନେ ଅପରେସନ୍ କରି ପାରି ନ ଥିଲେ। ପଥର ମାଡ଼ରେ ଅନେକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତେବେ ଆଜି ସକାଳୁ ସକାଳୁ ଅପରେସନ୍ […]

army

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 07:15 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁପୱାଡ଼ା ଜିଲ୍ଲାର କାନ୍ଥପୋରା ଗାଁରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

ଆତଙ୍କବାଦୀ ଜଣଙ୍କ ଗତକାଲି ରାତିରୁ କାନ୍ଥପୋରାରେ ଏକ ମସ୍‌ଜିଦ୍‌ରେ ଲୁଚି ରହିଥିଲା। କୌଣସି ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚିଥିଲେ ଓ ତେବେ ସ୍ଥାନୀୟ ଲୋକମାନେ ପଥର ମାଡ଼ କରିବାରୁ ସେମାନେ ଅପରେସନ୍ କରି ପାରି ନ ଥିଲେ। ପଥର ମାଡ଼ରେ ଅନେକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତେବେ ଆଜି ସକାଳୁ ସକାଳୁ ଅପରେସନ୍ କରାଯାଇଥିଲା। ଅଳ୍ପ କେଇ ସମୟର ଗୁଳି ବିନିମୟ ପରେ ଆତଙ୍କବାଦୀ ଜଣଙ୍କ ପ୍ରାଣ ହରାଇଥିଲା। ତେବେ ତା’ସହିତ ଆଉ କେହି ଥିଲେ ନା ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ।

Related story