ଜମ୍ମୁ ଓ କାଶ୍ମୀରରେ ବଡ଼ ଧରଣର ଆକ୍ରମଣ କରିପାରନ୍ତି ଆତଙ୍କବାଦୀ

ଶ୍ରୀନଗର: ମସରତ ଆଲମର ଗିରଫଦାରୀ ଓ ତ୍ରାଲରେ ସେନା ଗୁଳିରେ ଦୁଇ ଯୁବକଙ୍କ ମୃତୁ୍ୟ ଘଟଣାରେ ବିଚ୍ଛିନ୍ନତାବାଦୀ ନେତାଙ୍କ ବିକ୍ଷୋଭ ଓ ପ୍ରତିବାଦ ଆଦି ଯୋଗୁ ଜମ୍ମୁ ଓ କାଶ୍ମୀର ଅଶାନ୍ତ ହୋଇପଡ଼ିଥିବା ବେଳେ ପରିସ୍ଥିତି ଆହୁରି ଜଟିଳ ହେବା ଭଳିି ଖବର ଆସିଛି। ରାଜ୍ୟରେ ଏକାଧିକ ସ୍ଥାନରେ ବଡ଼ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଯୋଜନା ରଖିଛନ୍ତି ବୋଲି ଗୁଇନ୍ଦା ରିପୋର୍ଟ ଦେଇଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହଯୋଗରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା […]

Indian army

Rakesh Mallick
  • Published: Sunday, 19 April 2015
  • , Updated: 21 April 2015, 06:40 AM IST

ଶ୍ରୀନଗର: ମସରତ ଆଲମର ଗିରଫଦାରୀ ଓ ତ୍ରାଲରେ ସେନା ଗୁଳିରେ ଦୁଇ ଯୁବକଙ୍କ ମୃତୁ୍ୟ ଘଟଣାରେ ବିଚ୍ଛିନ୍ନତାବାଦୀ ନେତାଙ୍କ ବିକ୍ଷୋଭ ଓ ପ୍ରତିବାଦ ଆଦି ଯୋଗୁ ଜମ୍ମୁ ଓ କାଶ୍ମୀର ଅଶାନ୍ତ ହୋଇପଡ଼ିଥିବା ବେଳେ ପରିସ୍ଥିତି ଆହୁରି ଜଟିଳ ହେବା ଭଳିି ଖବର ଆସିଛି। ରାଜ୍ୟରେ ଏକାଧିକ ସ୍ଥାନରେ ବଡ଼ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଯୋଜନା ରଖିଛନ୍ତି ବୋଲି ଗୁଇନ୍ଦା ରିପୋର୍ଟ ଦେଇଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହଯୋଗରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା ରଖିଛନ୍ତି।

ଆଇବି ପକ୍ଷରୁ ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଗତମାସରୁ ସତର୍କ କରି ଦିଆଯାଇଛି। ଅନୁପ୍ରବେଶ କରି ଜମ୍ମୁ ଓ କାଶ୍ମୀରର ସାମ୍ବା ଓ କାଠୁଆ ଜିଲ୍ଲାରେ ଆକ୍ରମଣ କରିବାକୁ ଲସ୍କର-ଇ-ତୋଇବା ଓ ହିଜବୁଲ ମୁଜାହିଦ୍ଧିନର ଆତଙ୍କୀମାନେ ପ୍ରସ୍ତୁତି ଚଳାଇଛନ୍ତି ବୋଲି ଆଇବି କହିଥିଲା। ସେହିପରି ଜମ୍ମୁଠାରେ ସୀମାଠାରୁ ମାତ୍ର ତିନି କିଲୋମିଟର ଦୂରରେ ଲସ୍କର-ଇ-ତୋଇବା ପକ୍ଷରୁ ଏକ କ୍ୟାମ୍ପ କରାଯାଇଛି ବୋଲି ଏହି ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି। ଏ ପ୍ରସଙ୍ଗରେ ବିଏସଏଫ ପକ୍ଷରୁ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରାଳୟରେ ଏକ ରିପୋର୍ଟ ଦାଖଲ କରାଯାଇଛି।

Related story