ଜମ୍ମୁ-କାଶ୍ମୀର: ଏନକାଉଣ୍ଟରରେ ୩ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲୱାମା ଅଞ୍ଚଳର ପଂଜଗାୱ ଗାଁରେ ଆଜି  ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ଜଣ ଆତଙ୍କୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀମାନଙ୍କ ମଧ୍ୟରୁ ୨ ଜଣ ହିଜବୁଲ ଆତଙ୍କବାଦୀ ସଂଗଠନର ସଦସ୍ୟ ହୋଇଥିବା ବେଳେ ଜଣେ ଲସ୍କର ସଦସ୍ୟ ବୋଲି ଜଣାପଡିଛି। ନିହତ ଆତଙ୍କୀଙ୍କ ପାଖରୁ ଏକେ-୪୭ ରାଇଫଲ୍ ଓ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଗତକାଲି ରାତିରେ ସୀମାପାର କରି କିଛି ଆତଙ୍କବାଦୀ ପଂଜଗାୱ ଗାଁରେ ଲୁଚିଥିବା ନେଇ […]

jamu

Rakesh Mallick
  • Published: Saturday, 07 May 2016
  • , Updated: 07 May 2016, 09:36 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲୱାମା ଅଞ୍ଚଳର ପଂଜଗାୱ ଗାଁରେ ଆଜି  ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ଜଣ ଆତଙ୍କୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀମାନଙ୍କ ମଧ୍ୟରୁ ୨ ଜଣ ହିଜବୁଲ ଆତଙ୍କବାଦୀ ସଂଗଠନର ସଦସ୍ୟ ହୋଇଥିବା ବେଳେ ଜଣେ ଲସ୍କର ସଦସ୍ୟ ବୋଲି ଜଣାପଡିଛି। ନିହତ ଆତଙ୍କୀଙ୍କ ପାଖରୁ ଏକେ-୪୭ ରାଇଫଲ୍ ଓ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ଗତକାଲି ରାତିରେ ସୀମାପାର କରି କିଛି ଆତଙ୍କବାଦୀ ପଂଜଗାୱ ଗାଁରେ ଲୁଚିଥିବା ନେଇ ସୁରକ୍ଷାକର୍ମୀମାନେ କୌଣସି ସୂତ୍ରରୁ ସୂଚନା ପାଇଥିଲେ। ଏହାପରେ ସେମାନେ ଉକ୍ତ ଅଞ୍ଚଳକୁ ସିଲ୍ କରି ଅପରେସନ୍ ଆରମ୍ଭ କରିଦେଇଥିଲେ। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ଏଥିରେ ୩ ଜଣ ଆତଙ୍କୀ ନିହତ ହୋଇଥିଲେ।

ଉକ୍ତ ଅଞ୍ଚଳରେ ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସନ୍ଦେହରେ ସୁରକ୍ଷାକର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।

 ଏହି ଘଟଣା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

Related story