ବିହାରରେ ହାତ ମିଳାଇଛନ୍ତି ‘ଜଙ୍ଗଲରାଜ’ ଓ ‘ଜନ୍ତରମନ୍ତର’: ମୋଦି

ପାଟନା: ବିହାରରେ ହାତ ମିଳାଇଛନ୍ତି ‘ଜଙ୍ଗଲରାଜ’ ଓ ‘ଜନ୍ତରମନ୍ତର’। ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉଦ୍ଦେଶ୍ୟରେ ଏଭଳି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଧି। ବିହାର ବିଧାନସଭା ନିର୍ବାଚନର ପଞ୍ଚମ ତଥା ଅନ୍ତିମ ଚରଣ ମତଦାନ ପାଇଁ ମଧୁବାଣୀଠାରେ ଏକ ରାଲିକୁ ସମ୍ବୋଧିତ କଲା ବେଳେ ସେ ଏହା କହିଥିଲେ। ମୋଦି କହିଥିଲେ, ବିହାର ମୁଖ୍ୟମନ୍ତ୍ରୀ ଗଣତନ୍ତ୍ର ଉପରେ ବିଶ୍ୱାସ ନ କରି ‘ଜନ୍ତରମନ୍ତର’ ଉପରେ […]

modi in bihar

modi in bihar

Rakesh Mallick
  • Published: Sunday, 01 November 2015
  • Updated: 01 November 2015, 01:18 PM IST

Sports

Latest News

ପାଟନା: ବିହାରରେ ହାତ ମିଳାଇଛନ୍ତି ‘ଜଙ୍ଗଲରାଜ’ ଓ ‘ଜନ୍ତରମନ୍ତର’। ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉଦ୍ଦେଶ୍ୟରେ ଏଭଳି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଧି। ବିହାର ବିଧାନସଭା ନିର୍ବାଚନର ପଞ୍ଚମ ତଥା ଅନ୍ତିମ ଚରଣ ମତଦାନ ପାଇଁ ମଧୁବାଣୀଠାରେ ଏକ ରାଲିକୁ ସମ୍ବୋଧିତ କଲା ବେଳେ ସେ ଏହା କହିଥିଲେ।

ମୋଦି କହିଥିଲେ, ବିହାର ମୁଖ୍ୟମନ୍ତ୍ରୀ ଗଣତନ୍ତ୍ର ଉପରେ ବିଶ୍ୱାସ ନ କରି ‘ଜନ୍ତରମନ୍ତର’ ଉପରେ ବିଶ୍ୱାସ କରୁଛନ୍ତି। ଲାଲୁଙ୍କ ‘ଜଙ୍ଗଲରାଜ’ଙ୍କ ଶାସନରେ ଲୋକ ଅତିଷ୍ଠ ହୋଇଯାଇଥିଲେ। ଏବେ ଏ ଦୁହେଁ ଏକାଠି ହୋଇଛନ୍ତି। ‘ଜଙ୍ଗଲରାଜ’ ଓ ‘ଜନ୍ତରମନ୍ତର’ ଏକାଠି ହେବା ଦ୍ୱାରା ରାଜ୍ୟର ବିକାଶ ନିମ୍ନଗାମୀ ହୋଇଛି।

ଏହା ସହିତ ମୋଦି ଉପସ୍ଥିତ ଲୋକମାନଙ୍କୁ ବିହାରର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଭୋଟ୍ ଦେବାକୁ ଅପିଲ୍ କରିଥିଲେ। ସେ କହିଥିଲେ, ବିହାରବାସୀଙ୍କ ପାଇଁ ଏନଡିଏ ହେଉଛି ଆଶାର କିରଣ। ଏଥିପାଇଁ ଯୁବକ ଓ ମହିଳାମାନେ ଆଗେଇ ଆସିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos