ଟ୍ୱିଟର କିଲରକୁ ମିଳିଲା ମୃତ୍ୟୁଦଣ୍ଡ, ରାୟ ଶୁଣିବାକୁ ୪୩୫ ଜଣଙ୍କ ଭିଡ଼

ଟୋକିଓ: ସୋଶାଲ ମଡିଆରେ ସମ୍ପର୍କ ସ୍ଥାପନ କରି ୯ ଜଣଙ୍କୁ ହତ୍ୟା କରିଥିବା ଜଣେ ଯୁବକଙ୍କୁ ଆଜି ଜାପାନର ଟୋକିଓ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ୩୦ ବର୍ଷୀୟ ତାକାହିରୋ ଶିରାଇସି କୋର୍ଟରେ ନିଜର ଦୋଷ ସ୍ୱୀକାର କରିଛି। ସେ ଟ୍ୱିଟର କିଲର ଭାବେ ଜଣାଶୁଣା। ଶିରାଇସି ଟ୍ୱିଟରରେ ୧୫ ରୁ ୨୬ ବର୍ଷ ବୟସର ଲୋକଙ୍କୁ ଖୋଜୁଥିଲା। ଏମାନଙ୍କ ମଧ୍ୟରୁ ଯେଉଁମାନେ ଆତ୍ମହତ୍ୟା କରିବା ଚାହୁଁଥିଲେ, ସେମାନଙ୍କୁ ସେ ଟାର୍ଗେଟ କରୁଥିଲା। ତାଙ୍କ ସହ ଯୋଗାଯୋଗ […]

d

Hemant Lenka
  • Published: Tuesday, 15 December 2020
  • , Updated: 15 December 2020, 04:40 PM IST

ଟୋକିଓ: ସୋଶାଲ ମଡିଆରେ ସମ୍ପର୍କ ସ୍ଥାପନ କରି ୯ ଜଣଙ୍କୁ ହତ୍ୟା କରିଥିବା ଜଣେ ଯୁବକଙ୍କୁ ଆଜି ଜାପାନର ଟୋକିଓ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ୩୦ ବର୍ଷୀୟ ତାକାହିରୋ ଶିରାଇସି କୋର୍ଟରେ ନିଜର ଦୋଷ ସ୍ୱୀକାର କରିଛି। ସେ ଟ୍ୱିଟର କିଲର ଭାବେ ଜଣାଶୁଣା।

ଶିରାଇସି ଟ୍ୱିଟରରେ ୧୫ ରୁ ୨୬ ବର୍ଷ ବୟସର ଲୋକଙ୍କୁ ଖୋଜୁଥିଲା। ଏମାନଙ୍କ ମଧ୍ୟରୁ ଯେଉଁମାନେ ଆତ୍ମହତ୍ୟା କରିବା ଚାହୁଁଥିଲେ, ସେମାନଙ୍କୁ ସେ ଟାର୍ଗେଟ କରୁଥିଲା। ତାଙ୍କ ସହ ଯୋଗାଯୋଗ କରି ପ୍ରଥମେ ସେ ଠିକଣା ହାସଲ କରୁଥିଲା। ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚାହୁଁଥିବା ସେମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଥିଲା।

କିନ୍ତୁ ସେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ଲୋକଙ୍କୁ ମାରିବା ପରେ ନିଜେ ଜୀବନ ହାରୁ ନଥିଲା। ଶିରାଇସି ହତ୍ୟା କରିଥିବା ୯ ଜଣଙ୍କ ମଧ୍ୟରେ ଜଣେ ମହିଳା ରହିଥିଲେ। ସେ ତାଙ୍କୁ ସୋଶାଲ ମିଡିଆ ପ୍ଲାଟଫର୍ମ ଦ୍ୱାରା ଚିହ୍ନିଥିଲା।

ଆଜିର ଶୁଣାଣି ବେଳେ ଶିରାଇସିର ଓକିଲ ଯୁକ୍ତି କରିଥିଲେ ଯେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କର ବୟସ ୧୫ରୁ ୨୬ ବର୍ଷ। ସେମାନେ ସୋଶାଲ ମିଡିଆରେ ବ୍ୟବହାର କରିବା ସହ ଜୀବନ ହାରିବାକୁ ନିଜର ସହମତି ପ୍ରକାଶ କରିଥିଲେ। ତେଣୁ ଶିରାଇସିର ମୃତ୍ୟୁଦଣ୍ଡକୁ ଆଜୀବନ ଜେଲ ଦଣ୍ଡରେ ପରିଣତ କରାଯାଉ। ହେଲେ କୋର୍ଟ କିଛି ବି ଶୁଣି ନଥିଲେ।

ଅନ୍ୟପକ୍ଷରେ ଜାପାନର ଗଣମାଧ୍ୟମ ଅନୁଯାୟୀ, ଏହି ଟ୍ୱିଟର କିଲର୍‌ର ରାୟ ଶୁଣିବାକୁ କୋର୍ଟରେ ପ୍ରବଳ ଭିଡ଼ ଦେଖା ଯାଇଥିଲା। କୋର୍ଟରେ ୧୬ ଜଣଙ୍କ ବସିବାର ବ୍ୟବସ୍ଥା ଥିଲେ ହେଁ ୪୩୫ ଜଣ ସେଠାରେ ଉପସ୍ଥିତ ରହିଥିଲେ। ସରକାରୀ ଓକିଲ କହିଛନ୍ତି ଯେ, ଶିରାଇସି ବିନା ଅନୁମତିରେ ଲୋକଙ୍କୁ ହତ୍ୟା କରିଛନ୍ତି।

ଲୋକମାନେ ନୀରବ ଭାବେ ଆତ୍ମହତ୍ୟା କରିବାକୁ ମତ ଦେଇଥିଲେ। ସେମାନେ ହତ୍ୟାର ଶିକାର ହେବାକୁ ମତ ଦେଇ ନଥିଲେ। ଏହାର ଅର୍ଥ ଶିରାଇସି ସମସ୍ତଙ୍କୁ ହତ୍ୟା କରିଛି। ତା’ ଘର ପଛରେ ଥିବା କୁଲର ଓ ଟୁଲବକ୍ସରୁ ନଅଟି କଙ୍କାଳ ସହ ୨୪୦ଟି ହାଡ଼ର ଖଣ୍ଡ ମଧ୍ୟ ମିଳିଛି।

Related story