ପାହାଡ଼ରୁ ଖସୁଥିଲା ବଡ଼ ବଡ଼ ପଥର, କିନ୍ତୁ ଅମରନାଥ ଯାତ୍ରୀଙ୍କ ପାଇଁ ଢାଲ ସାଜିଲେ ଯବାନ

ନୂଆଦିଲ୍ଲୀ: ଦେଶର ଯବାନମାନେ କେମିତି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବଳି ଚଢ଼ାଇ ଦିଅନ୍ତି, ତା’ର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷାକର୍ମୀମାନେ ପାହାଡ଼ ଉପରୁ ଖସୁଥିବା ପଥରକୁ ରୋକିବା ପାଇଁ କେମିତି ପଦକ୍ଷେପ ନେଇଥିଲେ, ତା’ର ଏକ ଭିଡିଓ ସାମ୍ନାକୁ ଆସିଛି। ଜୁଲାଇ ୧ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ୪୫ ଦିନ ଧରି ହେବାକୁ ଥିବା ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ଏଥିରେ ସାମିଲ […]

qaa

Hemant Lenka
  • Published: Thursday, 04 July 2019
  • , Updated: 04 July 2019, 03:55 PM IST

ନୂଆଦିଲ୍ଲୀ: ଦେଶର ଯବାନମାନେ କେମିତି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବଳି ଚଢ଼ାଇ ଦିଅନ୍ତି, ତା’ର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷାକର୍ମୀମାନେ ପାହାଡ଼ ଉପରୁ ଖସୁଥିବା ପଥରକୁ ରୋକିବା ପାଇଁ କେମିତି ପଦକ୍ଷେପ ନେଇଥିଲେ, ତା’ର ଏକ ଭିଡିଓ ସାମ୍ନାକୁ ଆସିଛି।

ଜୁଲାଇ ୧ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ୪୫ ଦିନ ଧରି ହେବାକୁ ଥିବା ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ଏଥିରେ ସାମିଲ ହେଉଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଆଇଟିବିପିର ଯବାନମାନେ ଦିନ ରାତି ଏକ କରିଦେଇଛନ୍ତି। ଯାତ୍ରାରେ ସାମିଲ ଥିବା ଶ୍ରଦ୍ଧାଳୁମାନେ ଯେତେବେଳେ ପାହାଡ଼ିଆ ରାସ୍ତା ଦେଇ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଯାଉଥିଲେ ସେତେବେଳେ ଏକ ବଡ଼ ଅଘଟଣ ଘଟିଥିଲା।

ଶ୍ରଦ୍ଧାଳୁମାନେ ଯାଉଥିବା ପାହାଡ଼ିଆ ରାସ୍ତାରେ ହଠାତ୍‌ ଭୂସ୍ଖଳନ ହୋଇଥିଲା। ଏହି କାରଣରୁ ବଡ଼ବଡ଼ ପଥର ଖଣ୍ଡ ଶ୍ରଦ୍ଧାଳୁଙ୍କ ଉପରକୁ ମାଡ଼ି ଆସିଥିଲା। କିନ୍ତୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଯବାନମାନେ କାନ୍ଥ ଭଳି ପଥର ଖଣ୍ଡ ଗୁଡ଼ିକ ଆଗରେ ଛିଡ଼ା ହୋଇଯାଇଥିଲେ। ଶ୍ରଦ୍ଧାଳୁମାନେ ସୁରକ୍ଷିତ ସ୍ଥାନରେ ନ ପହଞ୍ଚିବା ଯାଏ ଯବାନମାନେ ବଡ଼ବଡ଼ ପଥର ଖଣ୍ଡର ମୁକାବିଲା କରିଥିଲେ। ଏବେ ଉକ୍ତ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଭୂସ୍ଖଳନ ପରେ ବଡ଼ବଡ଼ ପଥର ଖଣ୍ଡ ତଳକୁ ଖସିବା ଆରମ୍ଭ କରିଥିଲା। ଏହା ଦେଖି ଆଇଟିବିପି ଯବାନମାନେ ମାନବ ଶୃଙ୍ଖଳ ତିଆରି କରିବା ସହ ପଥରକୁ ରୋକିବାରେ ଲାଗିଥିଲେ।

https://twitter.com/i/status/1146677029850402816

Related story