ନୁଆଦିଲ୍ଲୀ: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ ୧୨୮ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ରାଜନାଥ ସିଂ, ପ୍ରଧାନମନ୍ତ୍ରୀ ମନମୋହନ ସିଂ ସମେତ ଅନ୍ୟ ନେତା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ପଣ୍ଡିତ ନେହୁରୁଙ୍କୁ ଶ୍ରଦ୍ଧଞ୍ଜଳି ଜଣାଇଥିଲେ। ସେ ଲେଖିଥିଲେ,'ପଣ୍ଡିତ ନେହେରୁଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି’।
ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଗୃହମନ୍ତ୍ରୀ ଏହି ଅବସରରେ କହିଛନ୍ତି,'ନେହେରୁ ଦେଶ ପାଇଁ ଯେଉଁ ବଳିଦାନ ଦେଇଛନ୍ତି ଏହାକୁ ଭୁଲିହେବ ନାହିଁ'। ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସମାଧି ସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଜବାହାର ଲାଲ ନେହେରୁଙ୍କ ଜନ୍ମ ୧୪ ନଭେମ୍ୱର ୧୮୮୯ରେ ଉତ୍ତରପ୍ରଦେଶର ଆହ୍ଲାବାଦ ସହରରେ ହୋଇଥିଲା। ତାଙ୍କ ଜନ୍ମ ଦିବସକୁ ସାରା ଦେଶ ଶିଶୁ ଦିବସ ଭାବେ ପାଳନ କରିଥାଏ।
ନେହେରୁଙ୍କ ଇଚ୍ଛାଥିଲା କି ସେ ଓକିଲତି କରିବେ କିନ୍ତୁ ଏହି କାମ ଅଳ୍ପ ଦିନ ଯାଏଁ ସେ କରିପାରିଥିଲେ।। ପରେ ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସ୍ୱାଧିନତା ସଂଗ୍ରାମରେ ସେ ସାମିଲ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।