ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ବ୍ୟକ୍ତି ଗିରଫ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅପପ୍ରଚାର ଥମିବାର ନାଁ ନେଉ ନାହିଁ। ସୋସିଆଲ୍‌ ମିଡିଆରେ ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅପପ୍ରଚାର କରୁଥିବା ମାମଲାରେ ଆଉ ଜଣେ ବ୍ୟକ୍ତିଙ୍କୁ  ପୋଲିସ୍ ଗିରଫ କରିଛି।

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପୋଲିସ୍‌ ୭ ଜଣଙ୍କୁ ଗିରଫ କରିଛି। ଏହାସହିତ  ୫୦ ଜଣଙ୍କ ବିରୋଧରେ ମାମଲା ଦାୟର କରାଯାଇଛି।

ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଦୁଃଖିତ ଥିବା ଜଣେ ୭୦ ବର୍ଷୀୟ ଏଆଇଡିଏମ୍‌କେ ସଦସ୍ୟ ଦୁଇଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି,“ତିରୁପୁରରେ ଏଆଇଡିଏମ୍‌କେ ଦଳର ନଗର ସଚିବ ରହିଥିବା ବେଲ୍ୟାପନ୍  ଜୟଲଳିତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବର ଜାଣିବା ପରେ ଚିନ୍ତିତ ହୋଇଯାଇଥିଲେ। ଦୁଇଦିନ ତଳେ ବେଲ୍ୟାପନ୍ ଘରେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା।”

ଗତ ୨୨ ସେପ୍ଟେମ୍ୱରରୁ  ଜୟଲଳିତା ସଂକ୍ରମଣ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚେନ୍ନାଇ ସ୍ଥିତ ଆପଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ

ପ୍ଲାଜ୍‌ମା ଦାନ କରିବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

‘ସୁଶାନ୍ତଙ୍କ ବାପା ଦ୍ୱିତୀୟ ବିବାହ କରିଥିବାରୁ ବାପ-ପୁଅଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା’

ଅନଲାଇନ୍ ଗଣିତ ପଢ଼ାଇ ହୃଦୟ ଜିତୁଛନ୍ତି ୮୧ ବର୍ଷୀୟ ଗଣିତ ଶିକ୍ଷୟିତ୍ରୀ

ବିମାନ ବନ୍ଦରରେ ହଟହଟା ହେଲେ କାନିମୋଝୀ

ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨

ପିଛା ଛାଡ଼ୁନି ଇଡି, ଖୁବଶୀଘ୍ର ବାପ-ଝିଅଙ୍କୁ ହେବ ମୁହାଁମୁହିଁ ଜେରା

ଭଗବାନ ରାମଙ୍କ ପରେ ବୁଦ୍ଧଙ୍କୁ ନେଇ ନୂଆ ବିବାଦ କଲା ନେପାଳ

ଗୋଟିଏ ପରିବାରର ୧୧ ଜଣଙ୍କ ମୃତ ଦେହ ଉଦ୍ଧାର

‘ବିହାର ନୁହେଁ, ମୁମ୍ବାଇ ସୁଶାନ୍ତଙ୍କୁ ଲୋକପ୍ରିୟ କରିଛି’

ଶ୍ୱାସରୁଦ୍ଧ ହୋଇ ପାଇଖାନା ଟାଙ୍କିରେ ଜୀବନ ହାରିଲେ ୬ ଜଣ

ଏଲଏସି ସୀମାରେ ଚୀନର ହରକତ ଜାରି, ଚିନୁକ୍ ଉଡ଼ାଇ ଜବାବ ଦେଲା ଭାରତ

ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍