ବିଜେପିରେ ବିଲୟ ହେଲା ଜେଡିୟୁର ଡାମନ, ଡିୟୁ ୟୁନିଟ୍‌

ପାଟଣା: ଜେଡିୟୁଠାରୁ ଧୋକ୍କା ଖାଇବା ପରେ ଆକ୍ରମଣାତ୍ମକ ମୁଡକୁ ଚାଲି ଆସିଛି ବିଜେପି । ଜେଡିୟୁକୁ ନିଶାନା କରିଚାଲିଛି ବିଜେପି । ଜେଡିୟୁ ଅଧିକାରୀ ଏବଂ କର୍ମୀଙ୍କୁ ନିଜ ଦଳରେ ସାମିଲ କରି ଜେଡିୟୁର ଚିହ୍ନବର୍ଣ୍ଣ ଲୋପ କରିବାକୁ ଅଣ୍ଟା ଭିଡ଼ିଛି ବିଜେପି। ଏବେ ଏପରି ମାମଲା ଡାମନ ଓ ଡିୟୁରେ ଦେଖିବାକୁ ମିଳିଛି। ଜେଡିୟୁର ଡାମନ ଓ ଡିୟୁର ସମ୍ପୂର୍ଣ୍ଣ ୟୁନିଟ ଗତକାଲି ବିଜେପିରେ ମିଶି ଯାଇଛି।  ଡାମନ ଏବଂ ଡିୟୁରେ ଜେଡିୟୁର ୧୭   ଜିଲ୍ଲା […]

bjp

bjp

Niharika Rout
  • Published: Tuesday, 13 September 2022
  • Updated: 13 September 2022, 11:47 AM IST

ପାଟଣା: ଜେଡିୟୁଠାରୁ ଧୋକ୍କା ଖାଇବା ପରେ ଆକ୍ରମଣାତ୍ମକ ମୁଡକୁ ଚାଲି ଆସିଛି ବିଜେପି । ଜେଡିୟୁକୁ ନିଶାନା କରିଚାଲିଛି ବିଜେପି । ଜେଡିୟୁ ଅଧିକାରୀ ଏବଂ କର୍ମୀଙ୍କୁ ନିଜ ଦଳରେ ସାମିଲ କରି ଜେଡିୟୁର ଚିହ୍ନବର୍ଣ୍ଣ ଲୋପ କରିବାକୁ ଅଣ୍ଟା ଭିଡ଼ିଛି ବିଜେପି।

ଏବେ ଏପରି ମାମଲା ଡାମନ ଓ ଡିୟୁରେ ଦେଖିବାକୁ ମିଳିଛି। ଜେଡିୟୁର ଡାମନ ଓ ଡିୟୁର ସମ୍ପୂର୍ଣ୍ଣ ୟୁନିଟ ଗତକାଲି ବିଜେପିରେ ମିଶି ଯାଇଛି।  ଡାମନ ଏବଂ ଡିୟୁରେ ଜେଡିୟୁର ୧୭   ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ  ବିଜେପିରେ ସାମିଲ ହୋଇଛନ୍ତି। ଏହାବାଦ ସମଗ୍ର ଡାମନ ଏବଂ ଡିୟୁ ଜେଡିୟୁ ୟୁନିଟ୍ ବିଜେପିରେ ଯୋଗ ଦେଇଛନ୍ତି। କୁହାଯାଉଛି ଯେ ନୀତୀଶ କୁମାରଙ୍କ ବିଜେପି ଛାଡିବା ନିଷ୍ପତ୍ତି ବିରୋଧରେ ନେତାମାନେ ଏହି ପଦକ୍ଷେପ ନେଇଛନ୍ତି।

ଏହି ଅବସରରେ ବିଜେପି ନିତୀଶ କୁମାରଙ୍କୁ ଟାର୍ଗେଟ କରିବାକୁ ଭୁଲିନି। ଏନେଇ ବିଜେପି ପକ୍ଷରୁ ଟ୍ୱିଟ କରି କୁହାଯାଇଛି, ବିହାରରେ ଆମେ ବିକାଶକୁ ତ୍ୱରାନ୍ୱିତ କରିଥିଲୁ। କିନ୍ତୁ   ଜେଡିୟୁ 'ବାହୁବଳୀ'କୁ ବାଛିଥିଲା, ଯେଉଁଥିପାଇଁ ସେମାନଙ୍କର ନେତାମାନେ ବର୍ତ୍ତମାନ ଉତ୍ତ୍ୟକ୍ତ ହୋଇ ଆମ  ନିକଟକୁ ଆସୁଛନ୍ତି। ବିଜେପି ରାଜ୍ୟ ବିକାଶ କାର୍ଯ୍ୟକୁ ଗୁରୁତ୍ୱ ଦେଉଥିବା ବେଳେ ଜେଡିୟୁ ବାହୁବଳୀ ଆରଜେଡିକୁ ନିଜ ପକ୍ଷରେ ନେଇ ବହୁତ ବଡ଼ ଭୁଲ୍‌ କରିଥିବା ବିଜେପି ପକ୍ଷରୁ କୁହାଯାଇଛି। ଜେଡିୟୁ ବାହୁବଲୀକୁ ବାଛିବାରୁ ସେମାନଙ୍କ ଦଳର ନେତା ଏହାକୁ ଗ୍ରହଣ କରୁ ନ ଥିବା ବିଜେପି ପକ୍ଷରୁ କୁହାଯାଉଛି।

ଏହାର କିଛି ଦିନ ପୂର୍ବରୁ ଅରୁଣାଚଳ ପ୍ରଦେଶର ଏକାକୀ ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ନିକଟରେ ମଣିପୁରର ୭ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପିରେ ଯୋଗ ଦେଇ ପଦ୍ମ ଧରିଛନ୍ତି। ଗତ ସପ୍ତାହରେ ଜନତା ଦଳ (ୟୁନାଇଟେଡ୍) ର ପାଞ୍ଚ ଜଣ ବିଧାୟକ ବିଜେପି ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଶାସକ ଦଳ ବିଜେପି ସହିତ ମିଶିଥିଲେ। ମଣିପୁର ବିଧାନସଭା ସଚିବାଳୟର ଏକ ବିବୃତ୍ତି ଅନୁଯାୟୀ  ଶାସକ ଦଳର ବହୁ ସଦସ୍ୟ ବିଜେପିରେ ଯୋଗ ଦେଇସାରିଛନ୍ତି। ଏବେ ଆଗକୁ ଆଉ କିଏ କିଏ ବିଜେପି ଆଡ଼େ ମୁହାଁଉଛନ୍ତି ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story