ଏନଡିଏ ମନ୍ତ୍ରିମଣ୍ଡଳରେ କେବେ ବି ଯୋଗ ଦେବନି ଜେଡିୟୁ!

ପାଟନା: ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ପରେ ବିଜେପି ସହ ସବୁକିଛି ଠିକଠାକ୍ ଚାଲିଥିବା କହୁଥିବା ନୀତୀଶ କୁମାରଙ୍କ ଜେଡିୟୁ ଏବେ ନିଜର ମତ ପ୍ରକାଶ କରିଛି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ଦାବି କରୁଥିବା ଆବଶ୍ୟକ ସଂଖ୍ୟକ ମନ୍ତ୍ରୀ ବିଜେପି ନେତୃତ୍ୱାଧୀନ ଏନଡିଏ ନଦେବା ପରେ ଦୁଇ ଦଳ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହାପରେ ଆଜି ନୀତୀଶ କୁମାର ଆଠ ଜଣ ଦଳୀୟ ବିଧାୟକଙ୍କୁ ନେଇ ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଥିଲେ। ଏହାପରେ ଗଣମାଧ୍ୟମରେ ଜେଡିୟୁ […]

nitish-modi

Subhransu Sekhar
  • Published: Sunday, 02 June 2019
  • , Updated: 03 June 2019, 09:58 AM IST

ପାଟନା: ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ପରେ ବିଜେପି ସହ ସବୁକିଛି ଠିକଠାକ୍ ଚାଲିଥିବା କହୁଥିବା ନୀତୀଶ କୁମାରଙ୍କ ଜେଡିୟୁ ଏବେ ନିଜର ମତ ପ୍ରକାଶ କରିଛି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ଦାବି କରୁଥିବା ଆବଶ୍ୟକ ସଂଖ୍ୟକ ମନ୍ତ୍ରୀ ବିଜେପି ନେତୃତ୍ୱାଧୀନ ଏନଡିଏ ନଦେବା ପରେ ଦୁଇ ଦଳ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହାପରେ ଆଜି ନୀତୀଶ କୁମାର ଆଠ ଜଣ ଦଳୀୟ ବିଧାୟକଙ୍କୁ ନେଇ ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଥିଲେ। ଏହାପରେ ଗଣମାଧ୍ୟମରେ ଜେଡିୟୁ ମୁଖପାତ୍ର କେ.ସି ତ୍ୟାଗୀ ପ୍ରତିକ୍ରିୟା ରଖି କହିଛନ୍ତି ଆଗାମୀ ଦିନରେ ଏନଡିଏ ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହେବନି।

ସୂଚନାଯୋଗ୍ୟ ଯେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୮ ଜଣ ଦଳୀୟ ବିଧାୟକଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ରାଜ୍ୟପାଳ ଲାଲଜୀ ଟଣ୍ଡନ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜେଡିୟୁ ବିଧାୟକଙ୍କୁ ଛାଡ଼ିଦେଲେ ମେଣ୍ଟ ସରକାରରେ ସାମିଲ ଥିବା ବିଜେପି ଓ ଲୋକ ଜନଶକ୍ତି ପାର୍ଟିର ବିଧାୟକ ଏହି ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣରେ ସାମିଲ ହୋଇ ନାହାନ୍ତି।

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି। ଏହି ମନ୍ତ୍ରିମଣ୍ଡଳରେ ଜେଡିୟୁକୁ ଗୋଟିଏ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଥିଲା। ହେଲେ ଏହାକୁ ଅଗ୍ରାହ୍ୟ କରିଥିଲେ ଜେଡିୟୁ ସଭାପତି ନୀତୀଶ କୁମାର। ଏହାପରେ ରାଜ୍ୟରେ ତାଙ୍କ ନେତୃତ୍ୱାଧୀନ ସରକାରର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। ତେଣୁ ଏବେ ବିଜେପି ଓ ଜେଡିୟୁରେ ସବୁକିଛି ଠିକଠାକ୍ ଚାଲିନଥିବା ଚର୍ଚ୍ଚା ହେଉଛି।

ତେବେ ଆଜି ଶପଥ ଗ୍ରହଣ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି। ସେ କହିଛନ୍ତି ଦୁଇ ଦଳ ମଧ୍ୟରେ ୨୦୦ ପ୍ରତିଶତ ବୁଝାମଣା ଠିକ୍ ରହିଛି। ନୀତୀଶ କୁମାର ବିଜେପିକୁ ମଧ୍ୟ ଖାଲି ଥିବା ଗୋଟିଏ କ୍ୟାବିନେଟ ମନ୍ତ୍ରୀ ପଦରେ ଜଣେ ବିଜେପି ବିଧାୟକଙ୍କୁ ସାମିଲ ହେବାକୁ କହିଥିଲେ। ହେଲେ ଏହାକୁ ବିଜେପି ହଠାତ ଗ୍ରହଣ କରିନାହିଁ, ବରଂ ପରବର୍ତ୍ତୀ ସମୟରେ ଏହା ଉପରେ ବିଚାର କରାଯିବ ବୋଲି ଟ୍ୱିଟ୍ କରି କହିଛନ୍ତି ସୁଶୀଲ ମୋଦି।

Related story