ଦେଓଘର: ଝାଡ଼ଖଣ୍ଡର ଦେଓଘର ଜିଲ୍ଲା ଅନ୍ତର୍ଗତ ବେଲବାଗାନରେ ଥିବା ଦୁର୍ଗା ମନ୍ଦିର ନିକଟରେ ଆଜି ଭୋରରେ ଦଳାଚକଟାରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଶ୍ରାବଣ ମାସର ଦ୍ୱିତୀୟ ସୋମାବାରରେ ଏଠାରେ ଥିବା ବୈଦନାଥ ମନ୍ଦିରରେ ଲକ୍ଷାଧିକ ଲୋକ ପାଣି ଢାଳିବା ପାଇଁ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ବେଳେ ଦୁର୍ଗା ମନ୍ଦିର ନିକଟରେ ଦଳାଚକଟା ଘଟିଥିଲା। ଦେଓଘର ଏସପି କହିଛନ୍ତି ଯେ ପ୍ରାୟ ଦେଢ଼ ଲକ୍ଷ ଶ୍ରଦ୍ଧାଳୁ ଗତକାଲି ଠାରୁ ପାଣି ଢାଳିବା ପାଇଁ ମନ୍ଦିରକୁ ଆସିଥିଲେ। ମନ୍ଦିରଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଶ୍ରଦ୍ଧାଳୁମାନେ ଧାଁଦୌଡ଼ କରିବାରୁ ଦଳଚକଟା ଘଟିଥିଲା। ଅନ୍ୟପକ୍ଷରେ ଏହି ଘଟଣା ପାଇଁ ଶ୍ରଦ୍ଧାଳୁମାନେ ପୋଲିସକୁ ଦାୟୀ କରିଛନ୍ତି। ପୋଲିସ୍ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ଲାଠିଚାର୍ଜ କରିଥିଲା। ଫଳରେ ଶ୍ରଦ୍ଧାଳୁ ଭୟରେ ଧାଁଦୌଡ଼ା କରିଥିଲେ ଓ ଦଳାଚକଟା ହୋଇଥିଲା। ଦେଓଘର ବିଧାୟକ ନାରାୟଣଦାସ କହିଛନ୍ତି ପ୍ରଶାସନ ଓ ପୋଲିସର ଭୁଲ ଯୋଗୁ ଏଭଳି ଏକ ଅଘଟଣା ଘଟିଗଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।