ଝିଅକୁ ହତ୍ୟା ଅଭିଯୋଗରେ ଗିରଫ ହେଲେ ମିଡିଆ ଟାଇକୁନ୍ ପିଟର୍ ମୁଖାର୍ଜୀଙ୍କ ପତ୍ନୀ ଇନ୍ଦ୍ରାଣୀ

ମୁମ୍ବାଇ: ନିଜ ଝିଅକୁ ହତ୍ୟା ଅଭିଯୋଗରେ ଜଣାଶୁଣା ମିଡିଆ ଟାଇକୁନ୍ ପିଟର୍ ମୁଖାର୍ଜୀଙ୍କ ପତ୍ନୀ ତଥା ନ୍ୟୁଜ୍-ଏକ୍ସର କୋ-ଫାଉଣ୍ଡର ଇନ୍ଦ୍ରାଣୀ ମୁଖାର୍ଜୀ ଗିରଫ।  ୩ ବର୍ଷ ତଳେ ଘଟିଥିବା ଏହି ଘଟଣା ଏବେ ଜଣା ପଡିବା ପରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଇନ୍ଦ୍ରାଣୀଙ୍କ ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କୁ ମଧ୍ୟ ପୋଲିସ କୋଲକତାରୁ ଗିରଫ କରିଛି । ଇନ୍ଦ୍ରାଣୀଙ୍କ ଝିଅ ଶୀନା ବୋରାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିଲା ଓ […]

indranee

indranee

Rakesh Mallick
  • Published: Wednesday, 26 August 2015
  • Updated: 26 August 2015, 05:50 PM IST

Sports

Latest News

indraneeମୁମ୍ବାଇ: ନିଜ ଝିଅକୁ ହତ୍ୟା ଅଭିଯୋଗରେ ଜଣାଶୁଣା ମିଡିଆ ଟାଇକୁନ୍ ପିଟର୍ ମୁଖାର୍ଜୀଙ୍କ ପତ୍ନୀ ତଥା ନ୍ୟୁଜ୍-ଏକ୍ସର କୋ-ଫାଉଣ୍ଡର ଇନ୍ଦ୍ରାଣୀ ମୁଖାର୍ଜୀ ଗିରଫ।  ୩ ବର୍ଷ ତଳେ ଘଟିଥିବା ଏହି ଘଟଣା ଏବେ ଜଣା ପଡିବା ପରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଇନ୍ଦ୍ରାଣୀଙ୍କ ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କୁ ମଧ୍ୟ ପୋଲିସ କୋଲକତାରୁ ଗିରଫ କରିଛି । ଇନ୍ଦ୍ରାଣୀଙ୍କ ଝିଅ ଶୀନା ବୋରାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିଲା ଓ ତାପରେ ମୃତଦେହକୁ ପୋଡି ଦିଆଯାଇଥିଲା ବୋଲି ମୁମ୍ୱାଇ ପୋଲିସ କମିଶନର ରାକେଶ ମାରିଆ କହିଛନ୍ତି । ଇନ୍ଦ୍ରାଣୀଙ୍କ ଡ୍ରାଇଭର ଶ୍ୟାମ ରାୟକୁ ଆଉ ଏକ ମାମଲାରେ ପଚରାଉଚୁରା ବେଳେ ଏହି ହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ସେପଟେ ପିଟର ମୁଖାର୍ଜୀ  କହିଛନ୍ତି ଯେ ଶୀନାଙ୍କୁ ସେ ଇନ୍ଦ୍ରାଣୀଙ୍କ ଭଉଣୀ ବୋଲି ଜାଣିଥିଲେ । ତାଙ୍କ (ପିଟରଙ୍କ) ସାନ ପୁଅ ରାହୁଲ ସହ ଶୀନାଙ୍କ ସମ୍ପର୍କ ଥିଲା। ହେଲେ ଏହାକୁ ଇନ୍ଦ୍ରାଣୀ ଗ୍ରହଣ କରିପାରୁ ନ ଥିଲେ ବୋଲି ସେ ଏକ ପ୍ରମୁଖ ଟିଭି ଚ୍ୟାନେଲକୁ କହିଛନ୍ତି । ୨୦୦୨ ମସିହାରେ ଷ୍ଟାର୍ ଇଣ୍ଡିଆର ସିଇଓ ଥିବା ସମୟରେ ଇନ୍ଦ୍ରାଣୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ ପିଟର୍ । ପରେ ପିଟର ଓ ଇନ୍ଦ୍ରାଣୀ ୨୦୦୭ ମସିହାରେ ନାଇନଏକ୍ସ ମିଡିଆ ସ୍ଥାପନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos