୮୪ ଦିନରେ ୮୪ ଜିବି, ମୂଲ୍ୟ ୩୯୯

ଟେଲିଫୋନ୍ ଅପରେଟର୍‌ଙ୍କ ମଧ୍ୟରେ ପ୍ରତିଯୋଗିତା ଭିତରେ ଲାଭ ଉଠାଉଛନ୍ତି ଗ୍ରାହକ। କମ୍ପାନୀ ଗୁଡ଼ିକ ଗ୍ରାହକଙ୍କୁ ଅଳ୍ପ ଦାମ୍‌ରେ ଅଧିକ ଡାଟା ଓ ଭଏସ୍ କଲ୍ ସୁବିଧା ଯୋଗାଉଛନ୍ତି। ଧୀରେ ଧୀରେ ସ୍ମାର୍ଟଫୋନ୍ ସଂଖ୍ୟା ବଢୁଥିବାରୁ କମ୍ପାନୀ ଗୁଡ଼ିକ ଇଣ୍ଟରନେଟ୍ ଆକ୍ସେସ୍ ପାଇଁ ଦରକାର ପଡୁଥିବା ଡାଟା ଉପରେ ବେଶୀ ଗୁରୁତ୍ବ ଦେଉଛନ୍ତି। କାରଣ ଭଏସ୍ କଲିଂଠାରୁ ଡାଟା କାରବାରରେ ହିଁ ଅଧିକ ଲାଭ। ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଧନ୍ ଧନା ଧନ୍ ଅଫର ସମାପ୍ତ […]

jio

Rakesh Mallick
  • Published: Wednesday, 12 July 2017
  • , Updated: 13 September 2017, 04:05 PM IST

ଟେଲିଫୋନ୍ ଅପରେଟର୍‌ଙ୍କ ମଧ୍ୟରେ ପ୍ରତିଯୋଗିତା ଭିତରେ ଲାଭ ଉଠାଉଛନ୍ତି ଗ୍ରାହକ। କମ୍ପାନୀ ଗୁଡ଼ିକ ଗ୍ରାହକଙ୍କୁ ଅଳ୍ପ ଦାମ୍‌ରେ ଅଧିକ ଡାଟା ଓ ଭଏସ୍ କଲ୍ ସୁବିଧା ଯୋଗାଉଛନ୍ତି। ଧୀରେ ଧୀରେ ସ୍ମାର୍ଟଫୋନ୍ ସଂଖ୍ୟା ବଢୁଥିବାରୁ କମ୍ପାନୀ ଗୁଡ଼ିକ ଇଣ୍ଟରନେଟ୍ ଆକ୍ସେସ୍ ପାଇଁ ଦରକାର ପଡୁଥିବା ଡାଟା ଉପରେ ବେଶୀ ଗୁରୁତ୍ବ ଦେଉଛନ୍ତି। କାରଣ ଭଏସ୍ କଲିଂଠାରୁ ଡାଟା କାରବାରରେ ହିଁ ଅଧିକ ଲାଭ।

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଧନ୍ ଧନା ଧନ୍ ଅଫର ସମାପ୍ତ ହେବାକୁ ଆଉ କିଛିଦିନ ବାକି ଥିବାବେଳେ, ପୁଣିଏକ ନୂଆ ଅଫର ଲଞ୍ଚ କରିଛି ଜିଓ। ପୂର୍ବଭଳି ଧନ୍ ଧନା ଧନ୍ ଅଫର ନାଁରେ ଗ୍ରାହକଙ୍କୁ ଭେଟି ଦେଇଛି ଏହି ନୂଆ ଅଫର୍‌। କିନ୍ତୁ ପୁରୁଣା ଅଫରଠାରୁ ନୂଆ ଅଫରର ମୂଲ୍ୟ ଟିକିଏ ଅଧିକ। ପୂର୍ବରୁ ଏହି ଅଫର ୩୦୯ ଟଙ୍କାରେ ମିଳୁଥିବା ବେଳେ ନୂଆ ଅଫର ପାଇବା ପାଇଁ ଗ୍ରାହକଙ୍କୁ ଖର୍ଚ୍ଚ କରିବାକୁ ପଡିବ ୩୯୯ ଟଙ୍କା। ତେବେ ଏହି ଅଫରର ସୁବିଧା କେବଳ ପ୍ରାଇମ ମେମ୍ବର ଥିବା ଗ୍ରାହକ ପାଇ ପାରିବେ।

୩୯୯ ଟଙ୍କାର ଏହି ନୂଆ ପ୍ଲାନ୍‌ର ବୈଧତା ୮୪ ଦିନ। ଏହି ପ୍ଲାନରେ ଗ୍ରାହକ ୮୪ ଜିବିର ଇଣ୍ଟରେନଟ୍ ଡ଼ାଟାର ଲାଭ ଉଠାଇ ପାରିବେ। ଏଥିସହିତ ଅନଲିମଟେଡ କଲ୍, ମେସେଜ ଓ ରୋମିଂ ଫ୍ରିର ସୁବିଧା ପାଇପାରିବେ। ପୂର୍ବରୁ ଏହି ଅଫର ୩୦୯ ଟଙ୍କାରେ ଉପଲବ୍ଧ ଥିଲା।

ଜିଓ ତାର ନୂଆ ଘୋଷଣାରେ ୩୦୯ ଟଙ୍କାର ପ୍ଲାନର ବୈଧତା ହ୍ରାସ କରି ୫୬ ଦିନ କରିଛି। ଏହି ଅଫରରେ ଗ୍ରାହକ ପ୍ରତିଦିନ ୧ ଜିବି ଡାଟା ସହ ଅନଲିମଟେଡ କଲ ଓ ଫ୍ରି ମେସେଜର ସୁବିଧା ପାଇବେ। ସେହିପରି ଜିଓ ୩୪୯ ଟଙ୍କାର ଆଉ ଏକ ନୂଆ ପ୍ଲାନ ଲଞ୍ଚ କରିଛି। ଏହି ଅଫରରେ ଗ୍ରାହକ ୨୦ ଜିବିର ଡାଟା ସହ ମାଗଣା କଲ୍‌ର ସୁବିଧା ପାଇପାରିବେ। ଯାହାର ବୈଧତା ରହିଛି ୫୬ ଦିନ। ତେବେ ଏହି ୨୦ ଜିବି ଡାଟାକୁ ଗୋଟିଏ ଦିନରେ ମଧ୍ୟ ବ୍ୟବହାର କରିହେବ। ପୂର୍ବ ଅଫର ଭଳି ଦିନକୁ ୧ ଜିବି ଡାଟା ବ୍ୟବହାର କରିବା ଭଳି ନିୟମ ଏହି ଅଫରରେ ଲାଗୁ ହେବ ନାହିଁ।

Related story