ପୁଲ୍ୱାମା: ରବିବାର ଜମ୍ମୁ-କଶ୍ମୀରର ପୁଲ୍ୱାମା ଜିଲ୍ଲାରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏନ୍କାଉଣ୍ଟରରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଲ୍ୱାମାର ତ୍ରାଲଠାରେ ଏଭଳି ସଫଳତା ମିଳିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।
ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ସମୟର ଗୁଳିବିନିମୟ ଘଟିଥିଲା। ଦକ୍ଷିଣ କଶ୍ମୀରର ତ୍ରାଲ ନିକଟସ୍ଥ ଗୁଲଶନପୋରା ନିକଟରେ ଯବାନ ସର୍ଚ୍ଚ ଅପରେସନ୍ କରୁଥିବାବେଳେ ହଠାତ ହମ୍ଲା ହୋଇଥିଲା। ଯବାନ ଏହାର କଡ଼ା ଜବାବ ଦେଇଥିଲେ।
ସୁରକ୍ଷାକର୍ମୀ ଘଟଣାସ୍ଥଳରୁ ଅସ୍ତ୍ର ଓ ଗୁଳିଗୋଳା ଜବତ କରିଛନ୍ତି। ମୃତ ଆତଙ୍କବାଦୀଙ୍କ ଚିହ୍ନଟ କରାଯିବା ପରେ ସେମାନେ କେଉଁ ସଂଗଠନ ସହ ଜଡ଼ିତ ତାହା ଜଣାପଡ଼ିବ ବୋଲି କଶ୍ମୀର ଜୋନ୍ ପୁଲିସ୍ ପକ୍ଷରୁ କୁହାଯାଇଛି।
ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଚଳପ୍ରଚଳ ନେଇ ଗୁଇନ୍ଦା ସୂଚନା ରହିଥିଲା। ଏହି ସୂଚନା ଆଧାରରେ ହିଁ ଯବାନ ଅପରେସନ୍ ଆରମ୍ଭ କରିଥିଲେ। ପୁଲିସ୍ ପକ୍ଷରୁ କୁହାଯାଇଛି, ସର୍ଚ୍ଚ ଅପରେସନ୍ ସମୟରେ ହାଠତ୍ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ। ଏହାପରେ ଯବାନ ଜବାବ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମନମୋହନଙ୍କ ପାଇଁ ସ୍ମାରକସ୍ଥଳ ମାଗିଲା କଂଗ୍ରେସ, ବର୍ଷିଲେ ପ୍ରଣବଙ୍କ ଝିଅ
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେଶ ପ୍ରତି ମନମୋହନଙ୍କ ଯୋଗଦାନକୁ ସମ୍ମାନିତ କରିବା ପାଇଁ ଭିନ୍ନ ରୂପେ ଏକ ସ୍ମାରକ ସ୍ଥଳ ତିଆରି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
National
ଅଟଳ ଟନେଲରେ ଫସିଲେ ଶହ ଶହ ପର୍ଯ୍ୟଟକ, ପ୍ରବଳ ଜାମ
ଅଟଳ ଟନେଲ ଓ ସୋଲାଙ୍ଗ ଘାଟି ମଧ୍ୟରେ ପ୍ରାୟ ୧୨୦୦ ଗାଡି ଫସି ରହିଛି।
National
ଶନିବାର ସକାଳେ କଂଗ୍ରେସ ଭବନରୁ ବାହାରିବ ଅନ୍ତିମ ଯାତ୍ରା, ନିଗମବୋଧ ଘାଟରେ ଶେଷକୃତ୍ୟ
ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ। ମୋଦି ସରକାରଙ୍କ କ୍ୟାବିନେଟରେ ପାରିତ ହେଲା ଶୋକ ପ୍ରସ୍ତାବ।
National
ସ୍ୱାସ୍ଥ୍ୟରେ ଉନ୍ନତି ପରେ ମେଡିକାଲରୁ ଡିସଚାର୍ଜ ହେଲେ ଆଡଭାନୀ
ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତ ଡିସେମ୍ବର ୧୨ ତାରିଖରେ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୪ ଦିନର ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।
National
ମନମୋହନଙ୍କ ଶେଷକୃତ୍ୟ ଓ ସ୍ମାରକ ପାଇଁ ଉପଯୁକ୍ତ ସ୍ଥାନ ମାଗିଲା କଂଗ୍ରେସ
ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳୀ। ସ୍ମାରକ ହେଲାଭଳି ସ୍ଥାନରେ ଶେଷକୃତ୍ୟ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।