ଜେଏନ୍‌ୟୁ ପ୍ରସଙ୍ଗ: ସ୍ମୃତି ଇରାନୀ କହିଲେ ଭାରତ ମାତାଙ୍କୁ ଅପମାନ ସହ୍ୟ କରିବନି ଦେଶ

ନୂଆଦିଲ୍ଲୀ: ସଂସଦର ଆକ୍ରମଣକାରୀ ଅଫଜଲ୍ ଗୁରୁକୁ ଫାଶୀ ଦିଆଯିବା ଘଟଣାକୁ ବିରୋଧ କରି ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ କରିଥିବା  ପ୍ରତିବାଦ ଶୋଭାଯାତ୍ରାକୁ ସମାଲୋଚନା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି ଯେ ଭାରତ ମାତାଙ୍କୁ ଅପମାନ ଦିଆଗଲେ ଦେଶ କେବେ ବି ସହ୍ୟ କରିବ ନାହିଁ। ଅନ୍ୟପକ୍ଷରେ ଜେଏନ୍‌ୟୁ ଘଟଣା ନେଇ କେନ୍ଦ୍ର ସରକାର କଢ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଉଦାହରଣ ସୃଷ୍ଟି କରିବା ଉଚିତ୍ ବୋଲି ଦାବି […]

smriti-irani

smriti-irani

Rakesh Mallick
  • Published: Friday, 12 February 2016
  • Updated: 12 February 2016, 12:13 PM IST

Sports

Latest News

ନୂଆଦିଲ୍ଲୀ: ସଂସଦର ଆକ୍ରମଣକାରୀ ଅଫଜଲ୍ ଗୁରୁକୁ ଫାଶୀ ଦିଆଯିବା ଘଟଣାକୁ ବିରୋଧ କରି ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ କରିଥିବା  ପ୍ରତିବାଦ ଶୋଭାଯାତ୍ରାକୁ ସମାଲୋଚନା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି ଯେ ଭାରତ ମାତାଙ୍କୁ ଅପମାନ ଦିଆଗଲେ ଦେଶ କେବେ ବି ସହ୍ୟ କରିବ ନାହିଁ।

ଅନ୍ୟପକ୍ଷରେ ଜେଏନ୍‌ୟୁ ଘଟଣା ନେଇ କେନ୍ଦ୍ର ସରକାର କଢ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଉଦାହରଣ ସୃଷ୍ଟି କରିବା ଉଚିତ୍ ବୋଲି ଦାବି କରିଛନ୍ତି ଆମ୍ ଆଦ୍‌ମୀ ପାର୍ଟି ନେତା କୁମାର ବିଶ୍ୱାସ। ସେ କହିଛନ୍ତି, ଭାରତ ବିରୋଧରେ ସ୍ଲୋଗାନ୍ ଦେଇଥିବା ତଥା ଏହାକୁ ସମର୍ଥନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଏହା ସହିତ ସେ ଦିଲ୍ଲୀ ପୋଲିସ୍‌କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀ ପୋଲିସ୍ କେବଳ ଉଦ୍ଦେଶ୍ୟମୂଳକ ଭାବେ କାହାରିକୁ ଗିରଫ କରି ଜାଣେ। କିନ୍ତୁ ଦେଶ ବିରୋଧୀ କାର୍ଯ୍ୟ ବେଳେ ଚୁପ୍ ରହେ। ଜେଏନ୍‌ୟୁରେ ଦେଶ ବିରୋଧୀ ନାରାବାଜୀ ଚାଲିଥିବା ବେଳେ ଦିଲ୍ଲୀ ପୋଲିସ୍ ତତ୍‌କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଜେଏନ୍‌ୟୁ କର୍ତ୍ତୃପକ୍ଷ ଆଜି କହିଛନ୍ତି ଯେ ସମ୍ବିଧାନ ବିରୋଧୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ କୌଣସି ସ୍ଥାନ ନାହିଁ। ଦେଶ ବିରୋଧୀ ନାରାବାଜି ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି।

ଜେଏନ୍‌ୟୁ ଘଟଣାରେ ବିଜେପି ସାଂସଦ ମହେଶ ଗିରି ଓ ଏବିଭିପିର ଏତଲା ଆଧାରରେ ଦିଲ୍ଲୀ ପୋଲିସ୍ ଅଜଣା ବ୍ୟକ୍ତିଙ୍କ ନାଁରେ ଦେଶଦ୍ରୋହ ଓ ଅପରାଧିକ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos