ନୂଆଦିଲ୍ଲୀ: ଦେଶ ବିରୋଧୀ ସ୍ଲୋଗାନ୍ ପରେ ଏବେ ଦେଶ ବିରୋଧୀ ପୋଷ୍ଟରକୁ ନେଇ ପୁଣି ବିବାଦ ମଧ୍ୟକୁ ଚାଲି ଆସିଛି ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)। ଶନିବାର ଜେଏନ୍ୟୁ ପରିସରରେ ଦେଶ ବିରୋଧୀ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ କାଶ୍ମୀରକୁ ସ୍ୱାଧୀନ କରିବା ଲାଗି ଦାବି କରାଯାଇଥିଲା। ତା’ସହିତ ଭାରତକୁ ଏକ ଜେଲ୍ ଭାବେ ଅଭିହିତ କରାଯାଇଥିଲା। ପୁଣି ଆସନ୍ତା ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ଏହି ପୋଷ୍ଟରଟିକୁ ଉକ୍ତ ସ୍ଥାନରୁ ନ ହଟାଇବାକୁ ଅନୁରୋଧ କରାଯାଇଥିଲା। ପୋଷ୍ଟର ତଳେ କୌଣସି ସଂଗଠନର ନାମ ଲେଖାଯାଇ ନ ଥିଲା। ତେବେ ପୋଲିସ୍ ଏ ଘଟଣାରେ ଚାରି ଜଣ ଛାତ୍ରଙ୍କୁ ପଚରାଉଚରା କରିଛି।
ପୂର୍ବରୁ ଦେଶ ବିରୋଧୀ ସ୍ଲୋଗାନ୍ ଦେବା ଅଭିଯୋଗରେ ଜେଏନ୍ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ସମେତ ଅନ୍ୟ ଦୁଇ ଜଣ ଉମର ଖାଲିଦ ଓ ଅନିର୍ବାଣକୁ ଦିଲ୍ଲୀ ପୋଲିସ୍ ଗିରଫ କରିଛି। ସେମାନଙ୍କୁ ଜେରା ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।