ଡାକ୍ତରଙ୍କ ଉପରେ ରାଗିଗଲେ କେନ୍ଦ୍ର ମନ୍ତ୍ରୀ: କହିଲେ ଯାଅ ନକ୍ସଲଙ୍କ ସହ ଯୋଗ ଦିଅ, ଆମେ ତୁମକୁ ଗୁଳି କରିବୁ

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ। ଏକ ସଭାରେ ଡାକ୍ତରଙ୍କ ଅନୁପସ୍ଥିତକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ହଂସରାଜ ଅହିର। କହିଛନ୍ତି ଯଦି ତୁମର ଭାରତୀୟ ଗଣତନ୍ତ୍ର ଉପରେ ବିଶ୍ୱାସ ନାହିଁ ତେବେ ନକ୍ସଲମାନଙ୍କ ସହ ଯୋଗ ଦିଅ। ଆମେ ତୁମକୁ ଗୁଳି କରିବୁ। କେନ୍ଦ୍ରରେ ଗୃହବିଭାଗର ରାଷ୍ଟ୍ରମନ୍ତ୍ରୀ ଥିବା ଅହିରଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଏକ ସରକାରୀ ଡାକ୍ତରଖାନାରେ ଚାଲିଥିବା ଉତ୍ସବରେ ବରିଷ୍ଠ ଡାକ୍ତର  ଅନୁପସ୍ଥିତ ଥିଲେ। ଏଥିରେ […]

p-111

p-111

Rakesh Mallick
  • Published: Tuesday, 26 December 2017
  • Updated: 26 December 2017, 06:15 PM IST

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ। ଏକ ସଭାରେ ଡାକ୍ତରଙ୍କ ଅନୁପସ୍ଥିତକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ହଂସରାଜ ଅହିର। କହିଛନ୍ତି ଯଦି ତୁମର ଭାରତୀୟ ଗଣତନ୍ତ୍ର ଉପରେ ବିଶ୍ୱାସ ନାହିଁ ତେବେ ନକ୍ସଲମାନଙ୍କ ସହ ଯୋଗ ଦିଅ। ଆମେ ତୁମକୁ ଗୁଳି କରିବୁ। କେନ୍ଦ୍ରରେ ଗୃହବିଭାଗର ରାଷ୍ଟ୍ରମନ୍ତ୍ରୀ ଥିବା ଅହିରଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଏକ ସରକାରୀ ଡାକ୍ତରଖାନାରେ ଚାଲିଥିବା ଉତ୍ସବରେ ବରିଷ୍ଠ ଡାକ୍ତର  ଅନୁପସ୍ଥିତ ଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଅହିର ଯୋଗ ଦେଇ ଥିଲେ।  ହେଲେ ଡାକ୍ତରଙ୍କ ଅନୁପସ୍ଥିତକୁ ନେଇ ଖୁବ୍‌ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ସେ କ୍ଷୋଭ ପ୍ରକାଶ କରିବା ସହ ଡାକ୍ତରଙ୍କ ବିରୋଧରେ ବର୍ଷିଥିଲେ। ସେ କହିଥିଲେ ଯେ, ଯେଉଁମାନେ ଗଣତନ୍ତ୍ର ଉପରେ ବିଶ୍ୱାସ କରୁନାହାଁନ୍ତି ସେମାନେ ନକ୍ସଲରେ ଯୋଗ ଦେବା ଉଚିତ୍ । ନକ୍ସଲଙ୍କ ଯେମିତି  ଦମନ କରଯାଏ ଆମେ ସେମାନଙ୍କୁ ସେମିତି ଗୁଳି କରି ମାରିବୁ। କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଏବେ ବିବାଦ ସୃଷ୍ଟି କରିଛି। ଗତାକାଲି ସୁ- ଶାସନ ଦିବସ ଥିବାରୁ ହଂସରାଜ ନିଜ ସଂସଦୀୟ କ୍ଷେତ୍ର ଚନ୍ଦ୍ରପୁରର ଏକ ସରକାରୀ ଡାକ୍ତରଖାନାରେ ଯୋଗ ଦେଇଥିଲେ। ସେଠାରେ ସେ

୨୪x ୭ ଘଣ୍ଟିଆ ଔଷଧ ଦୋକାନ ଉଦ୍‌ଘାଟନ କରିବାର କରିବାର କାର୍ଯ୍ୟକ୍ରମ ଥିଲା ।  ଉତ୍ସବରେ ମେୟର, ଡେପୁଟି ମେୟର ସମସ୍ତେ ଯୋଗ ଦେଇଥିଲେ ମଧ୍ୟ ଡାକ୍ତରମାନେ ଆସି ନ ଥିଲେ। ସେମାନେ କାହିଁକି ଆସିଲେ ନାହିଁ? ଏହାର କାରଣ ଜାଣିବାକୁ ପ୍ରଶ୍ନ କରିଥିଲେ କେନ୍ଦ୍ର ମନ୍ତ୍ରୀ। କେବଳ ଡାକ୍ତରମାନେ ନୁହଁ ଉତ୍ସବରେ ଜିଲ୍ଲା ସିଭିଲ୍ ସର୍ଜନ ଓ ଡାକ୍ତରଖାନାର ମୁଖ୍ୟ ପରିଚାଳକ ପ୍ରମୁଖ ଉତ୍ସବରେ ଅନୁପସ୍ଥିତ ଥିଲେ। ଏଥିରେ ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ।  ଏଥିରେ ସେ କହିଥିଲେ ଯେ, ଗଣତନ୍ତ୍ର ବିଚାରଧାରାରେ ସରକାର ଚାଲୁ ବୋଲି ନକ୍ସଲ ମାନେ କେବେ ଚାହାଁନ୍ତି ନାହିଁ । ଯେଉଁମାନେ ଗଣତନ୍ତ୍ରରେ ସରକାର ଚାଲୁ ବୋଲି ଚାହାଁନ୍ତି ନାହିଁ ସେମାନେ ଏଠି ଯୋଗ ନ ଦେଇ ନକ୍ସଲରେ ଯୋଗ ଦେବା ଉଚିତ୍। ଥରେ ନକ୍ସଲରେ ଯୋଗ ଦେଲେ ଆମେ ନକ୍ସଲ ଦମନ ପାଇଁ ଗୁଳି ଚଳାଇବୁ। ଏଠି ଲୋକଙ୍କୁ ଠକି ଚିଟିଂ କାହିଁକି କରୁଛ। ମନ୍ତ୍ରୀ କହିଥିଲେ ମୁଁ ଏଠାରେ ଉପସ୍ଥିତ ଥିଲା ବେଳେ ସେମାନେ ଅନୁପସ୍ଥିତି ରହିଛନ୍ତି । ଏଥିରେ ମୁଁ କ’ଣ ବା କହିପାରିବି। ଜଣେ ମନ୍ତ୍ରୀ ଉତ୍ସବରେ ଯୋଗ ଦେବାକୁ ଆସିବେ କିନ୍ତୁ ଡାକ୍ତରମାନେ ଅନୁପସ୍ଥିତ ରହିବେ ଏକଥା କେତଦୂର ଯଥାର୍ଥ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ହଂସରାଜ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story