ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା

ଲକ୍ଷ୍ନୌ: ପୁଣି ଜଣେ ସାମ୍ୱାଦିକଙ୍କୁ ହତ୍ୟା। ଦେଶରେ ସାମ୍ୱାଦିକଙ୍କ ଉପରେ ଆକ୍ରମଣ କ୍ରମାଗତ ଭାବେ ବଢ଼ି ଚାଲିଛି । କିଛି ଦିନ ତଳେ ବାଙ୍ଗାଲୋରର ବରିଷ୍ଠ ସାମ୍ୱାଦିକ ଗୌରୀ ଲଙ୍କେଶଙ୍କ ହତ୍ୟାକୁ ନେଇ  ସାରା ଦେଶରେ ବିରୋଧ ଜାରି ରହି ଥିବା ବେଳେ  ଉତ୍ତରପ୍ରଦେଶର କାନପୁରରେ ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ନବୀନ ଗୁପ୍ତା। ସେ ହିନ୍ଦୀ ଖବର କାଗଜ ‘ହିନ୍ଦୁସ୍ତାନ’ରେ କାମ କରୁଥିଲେ। ଗତକାଲି ୩ରୁ୪ ଜଣ ଦୁର୍ବୃତ୍ତ ନବୀନଙ୍କୁ ବିଲହୌର ମ୍ୟୁନିସିପାଲଟି […]

murder

murder

Rakesh Mallick
  • Published: Friday, 01 December 2017
  • Updated: 01 December 2017, 02:10 PM IST

Sports

Latest News

ଲକ୍ଷ୍ନୌ: ପୁଣି ଜଣେ ସାମ୍ୱାଦିକଙ୍କୁ ହତ୍ୟା। ଦେଶରେ ସାମ୍ୱାଦିକଙ୍କ ଉପରେ ଆକ୍ରମଣ କ୍ରମାଗତ ଭାବେ ବଢ଼ି ଚାଲିଛି । କିଛି ଦିନ ତଳେ ବାଙ୍ଗାଲୋରର ବରିଷ୍ଠ ସାମ୍ୱାଦିକ ଗୌରୀ ଲଙ୍କେଶଙ୍କ ହତ୍ୟାକୁ ନେଇ  ସାରା ଦେଶରେ ବିରୋଧ ଜାରି ରହି ଥିବା ବେଳେ  ଉତ୍ତରପ୍ରଦେଶର କାନପୁରରେ ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ନବୀନ ଗୁପ୍ତା। ସେ ହିନ୍ଦୀ ଖବର କାଗଜ ‘ହିନ୍ଦୁସ୍ତାନ’ରେ କାମ କରୁଥିଲେ। ଗତକାଲି ୩ରୁ୪ ଜଣ ଦୁର୍ବୃତ୍ତ ନବୀନଙ୍କୁ ବିଲହୌର ମ୍ୟୁନିସିପାଲଟି ମାର୍କେଟରେ ଗୁଳି କରି ହତ୍ୟା କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏହି ଘଟଣାକୁ ଅତି ଗୁରୁତର ସହ ନେବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos