ଲୋକସଭା ବାଚସ୍ପତି ରେସ୍‌ରେ ଜୁଏଲ ଓରାମ, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ଗଠନ କରି ସାରିଛନ୍ତି। ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ଦିଆ ସରିଛି। ଅନେକ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି କାମ ଆରମ୍ଭ କରି ଦେଇଛନ୍ତି। ଆଉ ଏବେ ଲୋକସଭାର ବାଚସ୍ପତି ପଦକୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଥିବା ଦଳର ବରିଷ୍ଠ ସାଂସଦଙ୍କ ମଧ୍ୟରୁ କେହି ଜଣେ ଲୋକସଭାର ବାଚସ୍ପତି ହେବେ ବୋଲି କୁହାଯାଉଛି। ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ଲାଭ […]

juel

juel

Subhransu Sekhar
  • Published: Tuesday, 04 June 2019
  • Updated: 04 June 2019, 11:16 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ଗଠନ କରି ସାରିଛନ୍ତି। ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ଦିଆ ସରିଛି। ଅନେକ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି କାମ ଆରମ୍ଭ କରି ଦେଇଛନ୍ତି। ଆଉ ଏବେ ଲୋକସଭାର ବାଚସ୍ପତି ପଦକୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଥିବା ଦଳର ବରିଷ୍ଠ ସାଂସଦଙ୍କ ମଧ୍ୟରୁ କେହି ଜଣେ ଲୋକସଭାର ବାଚସ୍ପତି ହେବେ ବୋଲି କୁହାଯାଉଛି।

ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ଲାଭ କରିଥିବାରୁ ବାଚସ୍ପତି ପଦ ବିଜେପି ହାତେଇବା ଏକ ପ୍ରକାର ନିଶ୍ଚିତ। ତେଣୁ ଏବେ ବିଜେପିରୁ କେଉଁ ନେତାଙ୍କୁ ବାଚସ୍ପତି କରାଯିବ, ସେ ନେଇ ଚର୍ଚ୍ଚା ଜୋର ଧରିଛି।  ଏହି ରେସ୍‌ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏଥର ପୁଣି ସୁନ୍ଦରଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ଜୁଏଲ ଓରାମଙ୍କ ନାଁ ବି ରହିଛି। କିଛି ଜାତୀୟ ଗଣମାଧ୍ୟମରେ ଆଜି ଏନେଇ ଖବର ପ୍ରକାଶ ପାଇଛି।

ଚଳିତଥର ବିଜେପିର ଏହି ଆଦିବାସୀ ନେତା ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି। ଓଡ଼ିଶାରେ ୨୦୧୪ ତୁଳନାରେ ଏଥର ବିଜେପି ଅଧିକ ୭ଟି ଆସନ ଜିତିଛି। ଗତଥର ଧର୍ମେନ୍ଦ୍ର ଓ ଜୁଏଲ ମନ୍ତ୍ରୀ ହୋଇଥିଲେ। ଚଳିତଥର ଧର୍ମେନ୍ଦ୍ର ଓ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ଏଥର ବିଜେପି ଅଧିକ ଆସନ ଜିତିଥିବାରୁ ପୁରସ୍କାର ସଦୃଶ ଜୁଏଲ ଓରାମଙ୍କୁ ବାଚସ୍ପତି ପଦବୀ ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଗତଥର କ୍ୟାବିନେଟ୍‌ ପାହ୍ୟା ସହିତ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିଲେ ଜୁଏଲ। ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମଧ୍ୟ ଏହି ମନ୍ତ୍ରଣାଳୟ ସମ୍ଭାଳି ଥିଲେ।

ଜୁଏଲଙ୍କ ସହିତ ଉତ୍ତର ପ୍ରଦେଶର ସୁଲତାନପୁର ଆସନରୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ସାଂସଦ ତଥା ପୂର୍ବତନ ମହିଳା ବିକାଶ ମନ୍ତ୍ରୀ ମାନେକା ଗାନ୍ଧି, ପୂର୍ବତନ କୃଷିମନ୍ତ୍ରୀ ରାଧାମୋହନ ସିଂହ ଏବଂ ଵୀରେନ୍ଦ୍ର କୁମାର ମଧ୍ୟ ବାଚସ୍ପତି ରେସ୍‌ରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story