ନୂଆଦିଲ୍ଲୀ: ଦୁଇବର୍ଷ ହୋଇଗଲା ଶିଲା ଦିକ୍ଷିତ୍ ଏବଂ ମୁକେଶ ଅମ୍ବାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରି ନ ଥିବା ଲେଫ୍ଟନାଣ୍ଟ ଗଭର୍ଣ୍ଣର ନଜୀବ ଜଙ୍ଗ୍ ଏବଂ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି)ର ମୁଖ୍ୟ ମୁକେଶ ମୀଣା ଉପରେ ମାମଲାକୁ ଚାପିଦେବା ଅଭିଯୋଗରେ ମାମଲା ଦାଖଲ କରାଯାଉ ବୋଲି ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ଦାବି କରାଯାଇଛି।
ଆମ ଆଦମୀ ପାର୍ଟି ଅନୁଯାୟୀ, ଜାନୁଆରୀ ୨୦୧୪ରେ ଯେତେବେଳେ ଦିଲ୍ଲୀରେ ଦଳର ୪୯ ଦିନର ସରକାର ଥିଲା ସେତେବେଳେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତଙ୍କ ଉପରେ କମନୱେଲଥ୍ ଘୋଟାଲା ସହ ଅନ୍ୟ ୪ଟି ମାମଲାରେ ଏସିବିରେ FIR ଦାଖଲ କରିଥିଲେ। ଏହାସହ ରିଳିୟାନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ବିରୋଧରେ ଏକ ଦାଖଲ କରାଯାଇଥିଲା। ଏହି ଦୁଇଟି ଅଭିଯୋଗ ଉପରେ ଦୁଇବର୍ଷ ଧରି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।