ମେଡିକାଲ କଲେଜ ଦୁର୍ନୀତି ମାମଲା: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି କୁଦ୍ଦୁସିଙ୍କୁ ଜାମିନ

ଭୁବନେଶ୍ୱର: ଉତ୍ତର ପ୍ରଦେଶର ପ୍ରସାଦ ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆଇ.ଏମ୍ କୁଦ୍ଦୁସିଙ୍କୁ ଆଜି ମିଳିଛି ଜାମିନ୍। ଦିଲ୍ଲୀର ତିସ୍ ହଜାରୀ କୋର୍ଟରୁ ତାଙ୍କୁ ଜାମିନ୍ ମିଳିଛି। ଲକ୍ଷେ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି। ଗତ ୨୦ ତାରିଖରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଜଷ୍ଟିସ କୁଦ୍ଦୁସିଙ୍କୁ ଦିଲ୍ଲୀ ଗ୍ରେଟର କୈଳାସ ସ୍ଥିତ ତାଙ୍କ ଏନ୍/୭ ବାସଭବନରୁ ଗିରଫ କରାଯାଇଥିଲା। […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 01:19 PM IST

Sports

Latest News

ଭୁବନେଶ୍ୱର: ଉତ୍ତର ପ୍ରଦେଶର ପ୍ରସାଦ ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆଇ.ଏମ୍ କୁଦ୍ଦୁସିଙ୍କୁ ଆଜି ମିଳିଛି ଜାମିନ୍। ଦିଲ୍ଲୀର ତିସ୍ ହଜାରୀ କୋର୍ଟରୁ ତାଙ୍କୁ ଜାମିନ୍ ମିଳିଛି। ଲକ୍ଷେ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି।

ଗତ ୨୦ ତାରିଖରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଜଷ୍ଟିସ କୁଦ୍ଦୁସିଙ୍କୁ ଦିଲ୍ଲୀ ଗ୍ରେଟର କୈଳାସ ସ୍ଥିତ ତାଙ୍କ ଏନ୍/୭ ବାସଭବନରୁ ଗିରଫ କରାଯାଇଥିଲା।

୨୦୦୪ରୁ ୨୦୧୦ ମଧ୍ୟରେ ଜଷ୍ଟିସ କୁଦ୍ଦୁସି ଓଡ଼ିଶା ହାଇକୋର୍ଟରେ ବିଚାରପତି ଥିଲେ। ସିବିଆଇର ଏଫ୍‌ଆଇଆର ମୁତାବକ ଲକ୍ଷ୍ନୌର ପ୍ରସାଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ସେହି ୪୬ଟି ମେଡିକାଲ୍ ଇନ୍‌ଷ୍ଟିଚ୍ୟୁସନ୍‌ ମଧ୍ୟରେ ସାମିଲ ଥିଲା ଯାହା ଉପରେ ଭୂତ୍ତିଭୂମିର ଅଭାବ ଥିବା ଦର୍ଶାଯାଇ ନୂଆ ଛାତ୍ରଙ୍କ ନାମଲେଖା ଉପରେ ଏମ୍‌ସିଆଇ ପକ୍ଷରୁ ରୋକ୍ ଲଗା ଯାଇଥିଲା। ତେବେ ଉକ୍ତ କଲେଜ କର୍ତ୍ତୃପକ୍ଷ ଏହା ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ପୂର୍ବତନ ବିଚାରପତି ନିଜର ସଂପର୍କ ଆଧାରରେ ମାମଲାର ରାୟ କଲେଜ ସପକ୍ଷରେ କରାଇ ଦେବା ପାଇଁ ଆଶ୍ୱାସନା ଦେଇଥିଲେ। ଏଥିପାଇଁ କୋଟିଏ ଟଙ୍କାର ଲାଞ୍ଚ କାରବାର ହୋଇଥିଲା ବୋଲି ସିବିଆଇ ତା’ର ଏଫ୍‌ଆଇଆର୍‌ରେ ଦର୍ଶାଇଛି।

ଇଡି ବି ରୁଜୁ କରିବ ମାମଲା

ସିବିଆଇ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସ୍କାନରରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇ.ଏମ୍ କୁଦ୍ଦୁସି। ଇଡି ବି ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos