ବଢୁଛି କାବେରୀ ଜଳ ବିବାଦ, ତାମିଲନାଡୁ ବନ୍ଦ

ଚେନ୍ନାଇ: କାବେରୀ ଜଳ ବଣ୍ଟନକୁ ନେଇ ତାମିଲାନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଜାରି ରହିଥିବା ବିବାଦ ଥମିବାର ନାଁ ନେଉ ନାହିଁ। କାବେରୀ ନଦୀ ପାଣି ଛାଡିବାକୁ କର୍ଣ୍ଣାଟକର ନେଇ ଟାଳଟୁଳ ନୀତି ପ୍ରତିବାଦରେ ଆଜି ତାମିଲନାଡୁ ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ରାଜଧାନୀ ଚେନ୍ନାଇ ସମେତ ସମସ୍ତ ଅଞ୍ଚଳରେ  ଦୋକାନ ବଜାର, ଅଫିସ୍‌, ସ୍କୁଲ, କଲେଜ ବନ୍ଦ ରହିଥିଲା। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସମ୍ୱେଦନଶୀଳ ସ୍ଥାନ ଗୁଡିକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା। ଆଜିର ଏହି ବନ୍ଦ […]

tamilnadu

tamilnadu

Rakesh Mallick
  • Published: Friday, 16 September 2016
  • Updated: 16 September 2016, 08:42 PM IST

Sports

Latest News

ଚେନ୍ନାଇ: କାବେରୀ ଜଳ ବଣ୍ଟନକୁ ନେଇ ତାମିଲାନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଜାରି ରହିଥିବା ବିବାଦ ଥମିବାର ନାଁ ନେଉ ନାହିଁ। କାବେରୀ ନଦୀ ପାଣି ଛାଡିବାକୁ କର୍ଣ୍ଣାଟକର ନେଇ ଟାଳଟୁଳ ନୀତି ପ୍ରତିବାଦରେ ଆଜି ତାମିଲନାଡୁ ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ରାଜଧାନୀ ଚେନ୍ନାଇ ସମେତ ସମସ୍ତ ଅଞ୍ଚଳରେ  ଦୋକାନ ବଜାର, ଅଫିସ୍‌, ସ୍କୁଲ, କଲେଜ ବନ୍ଦ ରହିଥିଲା। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସମ୍ୱେଦନଶୀଳ ସ୍ଥାନ ଗୁଡିକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା।

ଆଜିର ଏହି ବନ୍ଦ ଡାକରାକୁ ବିରୋଧୀ ଡିଏମ୍‌କେ ସମେତ ବିଭିନ୍ନ ଦଳ ସମର୍ଥନ କରିଥିଲେ।

କର୍ଣ୍ଣାଟକ ସରକାର ତାମିଲନାଡୁରେ ରହୁଥିବା କନ୍ନଡ଼ ଲୋକଙ୍କ ସୁରକ୍ଷା ପାଇଁ ଆବେଦନ କରିଛନ୍ତି। ଆଜି ସକାଳେ କେତେକ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ଦଳ ରାସ୍ତାକୁ ଓହ୍ଲାଇ କର୍ଣ୍ଣାଟକ ବିରୋଧରେ ନାରାବାଜି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos