ଲୋକଙ୍କ ଭଲ ପାଇଁ ଆବଶ୍ୟକ ପଡ଼ିଲେ ବିଜେପିରେ ସାମିଲ ହେବି: କମଲ ହାସନ

ନୂଆଦିଲ୍ଲୀ: କିଛିଦିନ ହେବ ଏଆଇଏଡିଏମ୍‌କେକୁ ନେଇ ତାମିଲନାଡୁ ରାଜନୀତିରେ ହଟଚମଟ  ଲାଗି ରହିଛି। ଏପରିସ୍ଥିତିରେ ତାମିଲନାଡୁ ସୁପରଷ୍ଟାର କମଲ ହାସନଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟଛି। ଏକ ଇଂରାଜୀ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ କମଲ କହିଛନ୍ତି, ଲୋକଙ୍କ ଭଲ ପାଇଁ ଦରକାର ପଡ଼ିଲେ ମୁଁ ବିଜେପିରେ ସାମିଲ ହୋଇପାରେ। ସେ ଆହୁରି କହିଛନ୍ତି, ବିଜେପିର ବିଚାରଧାର ସହ ମୋ ବିଚାରଧାରା ମେଳ ଖାଉଛି କି ନାହିଁ, ମୁଁ  ଜାଣିନାହିଁ। କିନ୍ତୁ ଲୋକଙ୍କ ମଙ୍ଗଳ ପାଇଁ […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 10:19 AM IST

Sports

Latest News

ନୂଆଦିଲ୍ଲୀ: କିଛିଦିନ ହେବ ଏଆଇଏଡିଏମ୍‌କେକୁ ନେଇ ତାମିଲନାଡୁ ରାଜନୀତିରେ ହଟଚମଟ  ଲାଗି ରହିଛି। ଏପରିସ୍ଥିତିରେ ତାମିଲନାଡୁ ସୁପରଷ୍ଟାର କମଲ ହାସନଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟଛି। ଏକ ଇଂରାଜୀ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ କମଲ କହିଛନ୍ତି, ଲୋକଙ୍କ ଭଲ ପାଇଁ ଦରକାର ପଡ଼ିଲେ ମୁଁ ବିଜେପିରେ ସାମିଲ ହୋଇପାରେ।

ସେ ଆହୁରି କହିଛନ୍ତି, ବିଜେପିର ବିଚାରଧାର ସହ ମୋ ବିଚାରଧାରା ମେଳ ଖାଉଛି କି ନାହିଁ, ମୁଁ  ଜାଣିନାହିଁ। କିନ୍ତୁ ଲୋକଙ୍କ ମଙ୍ଗଳ ପାଇଁ ମୋର ବିଚାରାଧାରା ଯଦି ପ୍ରତିବନ୍ଧକ ନ ସାଜିବ ତେବେ ମୁଁ ବିଜେପିରେ ସାମିଲ ହୋଇପାରେ।

କମଲ ହାସନ ରାଜନୀତିରେ ଏଣ୍ଟ୍ରି କରିବେ ଓ ନିଜର ଏକ ଦଳ ଗଢିବେ ବୋଲି ଚର୍ଚ୍ଚା ଲାଗି ରହିଛି। କିଛିଦିନ ପୂର୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚେନ୍ନାଇରେ ଥିବା କମଲଙ୍କ ଘରକୁ ଯାଇ ତାଙ୍କ ସହ ଆଲୋଚନା କରିଥିଲେ। ଆମ ଆଦମୀ ପାର୍ଟିରେ କମଲ ସାମିଲ ହେବା ନେଇ ଏହି ଆଲୋଚନା ହୋଇଥିବା ଚର୍ଚ୍ଚା ହୋଇଥିଲା। ହେଲେ ଏପରି ଚର୍ଚ୍ଚା ପରେ ନିଜେ କମଲ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ସେ କହିଥିଲେ, ଦୁର୍ନୀତି ବିରୋଧରେ ଲଢେଇ କରିବାକୁ ଆମେ ଏକାଠି ହେବାକୁ ଆଲୋଚନା କରିଥିଲୁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos