ବିଜେପି ମୁହାଁ ସିନ୍ଧିଆ, ସୋନିଆଙ୍କ ଶରଣ ପଶିଲେ କମଲ ନାଥ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜନୀତିରେ ଆରମ୍ଭ ହୋଇଛି ନୂଆ ସଙ୍କଟ। ସେଠାରେ କଂଗ୍ରେସ ସଂଗଠନ ସଜାଡ଼ିବାରେ ବଡ଼ ଭୂମିକା ନିଭାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳକୁ ସିଧା ସିଧା ଶୁଣାଇଦେଇଛନ୍ତି, ମୋତେ ରାଜ୍ୟ ସଭାପତି କର ନଚେତ ମୁଁ ଅନ୍ୟ ବିକଳ୍ପ ଦେଖିବି। ଏହି ବିକଳ୍ପ ଶବ୍ଦଟିକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ସଦ୍ୟ ତାକର ମନ୍ତବ୍ୟ ସବୁରୁ ଚର୍ଚ୍ଚା ହେଉଛି ସେ ବିଜେପି ଯାଇପାରନ୍ତି। ତାଙ୍କ ସମ୍ପର୍କୀୟମାନଙ୍କର ବିଜେପିରେ ଖୁବ୍‌ ଦବ୍‌ଦବା ରହିଥିବାରୁ ଏହାକୁ ସହଜରେ ଏଡ଼ାଇ […]

sindhia

Subrat Kumar Nayak
  • Published: Friday, 30 August 2019
  • , Updated: 30 August 2019, 04:55 PM IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜନୀତିରେ ଆରମ୍ଭ ହୋଇଛି ନୂଆ ସଙ୍କଟ। ସେଠାରେ କଂଗ୍ରେସ ସଂଗଠନ ସଜାଡ଼ିବାରେ ବଡ଼ ଭୂମିକା ନିଭାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳକୁ ସିଧା ସିଧା ଶୁଣାଇଦେଇଛନ୍ତି, ମୋତେ ରାଜ୍ୟ ସଭାପତି କର ନଚେତ ମୁଁ ଅନ୍ୟ ବିକଳ୍ପ ଦେଖିବି। ଏହି ବିକଳ୍ପ ଶବ୍ଦଟିକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ସଦ୍ୟ ତାକର ମନ୍ତବ୍ୟ ସବୁରୁ ଚର୍ଚ୍ଚା ହେଉଛି ସେ ବିଜେପି ଯାଇପାରନ୍ତି। ତାଙ୍କ ସମ୍ପର୍କୀୟମାନଙ୍କର ବିଜେପିରେ ଖୁବ୍‌ ଦବ୍‌ଦବା ରହିଥିବାରୁ ଏହାକୁ ସହଜରେ ଏଡ଼ାଇ ଦେଇ ହେଉନାହିଁ। ଅନ୍ୟପକ୍ଷରେ ଏଭଳି ସ୍ଥିତିରେ ରାଜ୍ୟର ମୁଖ୍ୟମନ୍ତ୍ରୀ କମଲ ନାଥ ବର୍ତ୍ତମାନ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କ ଶରଣ ପଶିଛନ୍ତି।

ପୂର୍ବରୁ ରାଜ୍ୟ କଂଗ୍ରେସ ସଭାପତି ପଦ ପାଇଁ ପୂର୍ବତନ ବିରୋଧୀ ଦଳ ନେତା ଅଜୟ ସିଂହଙ୍କ ନାମ ଚର୍ଚ୍ଚାରେ ଥିଲା। କିନ୍ତୁ ସିନ୍ଧିଆଙ୍କ ସମର୍ଥକୁ ଖୋଲାଖୋଲି ଭାବେ ତାଙ୍କ ପାଇଁ ଦାବି କରି ଆସୁଛନ୍ତି। ଇମର୍ତ୍ତି ଦେବୀ ନାମକ ଜଣେ ସିନ୍ଧିଆ କହିଛନ୍ତି, ଏହା ସ୍ପଷ୍ଟ ଯେ ମଧ୍ୟପ୍ରଦେଶ ମହାରାଜଙ୍କ ଭଳି (ସିନ୍ଧିଆ) ଜଣେ ଯୁବ ଏବଂ ଲୋକପ୍ରିୟ ନେତା ଚାହେଁ। ଯେ ପର୍ଯ୍ୟନ୍ତ ତାଙ୍କୁ ରାଜ୍ୟର ମୁଖ୍ୟ ଦାୟିତ୍ୱ ନ ମିଳିଛି ଆମେ ଚୁପ୍‌ ବସିବୁନାହିଁ। ତାଙ୍କର କିଛି ସମର୍ଥକ ଇସ୍ତଫା ଧମକ ଦେବା ଆରମ୍ଭ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଧମକାଛନ୍ତି। ଜବଲପୁରଠାରେ ଏଭଳି ଏକ ବିକ୍ଷୋଭ ଆରମ୍ଭ ହୋଇସାରିଛି।

ସିନ୍ଧିଆ ସ୍ପଷ୍ଟ ଶୁଣାଇ ଦେଇଛନ୍ତି, ସେ ଯୋଗ୍ୟ ହୋଇ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇନାହିଁ। ତେଣୁ ନେତୃତ୍ୱକୁ ଚ୍ୟାଲେଞ୍ଜ ନ କରିବାର କ୍ଷତିପୂରଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି।

Related story