ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହେବା ସପକ୍ଷ ଜନମତ ପରେ ପ୍ରଧାନମନ୍ତ୍ରୀ କ୍ୟାମେରନ୍‌ଙ୍କ ଇସ୍ତଫା ଘୋଷଣା

ବ୍ରିଟେନ: ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହେବା ସପକ୍ଷରେ ଜନମତ ପରେ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମେରନ୍‌ ଇସ୍ତଫା ଘୋଷଣା କରିଛନ୍ତି। ଜନମତ ନେଇ ଆଜି ଫଳାଫଳ ପ୍ରକାଶ ପାଇବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ପଦରୁ ଓହରିବା ପାଇଁ ଡେଭିଡ କାମେରୋନ ଘୋଷଣା କରିଛନ୍ତି। ସେ କହିଛନ୍ତି, “ବ୍ରିଟେନ୍‌ରେ ନୂତନ ନେତୃତ୍ୱର ଆବଶ୍ୟକତା ରହିଛି। ଅକ୍ଟୋବର ପୂର୍ବରୁ ଇସ୍ତଫା ଦେଇଦେବି।” ଅକ୍ଟୋବର ସୁଦ୍ଧା ନୂତନ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା ହେବ ବୋଲି ସେ ସୂଚନା ଦେଇଛନ୍ତି। […]

kamrenu

Rakesh Mallick
  • Published: Friday, 24 June 2016
  • , Updated: 04 May 2017, 03:44 PM IST

ବ୍ରିଟେନ: ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହେବା ସପକ୍ଷରେ ଜନମତ ପରେ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମେରନ୍‌ ଇସ୍ତଫା ଘୋଷଣା କରିଛନ୍ତି। ଜନମତ ନେଇ ଆଜି ଫଳାଫଳ ପ୍ରକାଶ ପାଇବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ପଦରୁ ଓହରିବା ପାଇଁ ଡେଭିଡ କାମେରୋନ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ବ୍ରିଟେନ୍‌ରେ ନୂତନ ନେତୃତ୍ୱର ଆବଶ୍ୟକତା ରହିଛି। ଅକ୍ଟୋବର ପୂର୍ବରୁ ଇସ୍ତଫା ଦେଇଦେବି।”

ଅକ୍ଟୋବର ସୁଦ୍ଧା ନୂତନ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା ହେବ ବୋଲି ସେ ସୂଚନା ଦେଇଛନ୍ତି। ଗତକାଲି ଇଉରୋପୀୟ ସଂଘରେ ବ୍ରିଟେନର ସ୍ଥିତି ନେଇ ହୋଇଥିବା ଭୋଟିଂର ଫଳାଫଳ ଆଜି ଘୋଷଣା କରାଯାଇଥିଲା। ଇଉରୋପୀୟ ସଂଘରେ ବ୍ରିଟେନ୍‌ ତିଷ୍ଠି ରହିବା ବିପକ୍ଷରେ ୫୧.୮ ପ୍ରତିଶତ ଭୋଟଦାନ ହୋଇଥିବା ବେଳେ ସପକ୍ଷରେ ୪୮.୨ ପ୍ରତିଶତ ଭୋଟିଂ ହୋଇଥିଲା। ଏହାପରେ ୟୁରୋପୀୟ ସଂଘରୁ ବ୍ରିଟେନ୍‌ ଅଲଗା ହେବ ନେଇ ସ୍ପଷ୍ଟ ହୋଇଥିଲା।

Related story