ବାସର ରାତିରେ ମସଲା ପାନ ଖାଇଲେ ବୋଲି...

ଲକ୍ଷ୍ନୌ: ମାଦକଦ୍ରବ୍ୟ ହେଉ ବା ପାନ ସ୍ୱାସ୍ଥ୍ୟ ପାଇଁ ହାନୀକାର। ଏହାଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ। ଏଥିପାଇଁ ବ୍ୟାପକ ସଚେତନତା ମଧ୍ୟ କରାଯାଉଛି। ଏହା ସତ୍ତ୍ୱେବି ଲୋକେ ଏହି ନିଶାଠାରୁ ଦୂରେଇ ପାରୁ ନାହାନ୍ତି। ଆଜି ଏମିତି କିଛି ଘଟଣା ଉତ୍ତରପ୍ରଦେଶରେ ଘଟିଛି। ଯେଉଁଥିପାଇଁ ଜଣେ ନବବିବାହିତ ସ୍ତ୍ରୀ, ସ୍ୱାମୀକୁ ଛାଡ଼ି ବାପ ଘରକୁ ଚାଲି ଯାଇଛି। ଏଥିରେ ଖଳନାୟକ ସାଜିଛି ପାନ। ଏହି ଘଟଣା ଏବେ ସମ୍ପୃକ୍ତ ଅଞ୍ଚଳରେ ଆଲୋଚ୍ୟ ବିଷୟ ପାଲଟିଛି। ପ୍ରତାପଗଡ଼ […]

8888

Rakesh Mallick
  • Published: Sunday, 20 May 2018
  • , Updated: 20 May 2018, 05:01 AM IST

ଲକ୍ଷ୍ନୌ: ମାଦକଦ୍ରବ୍ୟ ହେଉ ବା ପାନ ସ୍ୱାସ୍ଥ୍ୟ ପାଇଁ ହାନୀକାର। ଏହାଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ। ଏଥିପାଇଁ ବ୍ୟାପକ ସଚେତନତା ମଧ୍ୟ କରାଯାଉଛି। ଏହା ସତ୍ତ୍ୱେବି ଲୋକେ ଏହି ନିଶାଠାରୁ ଦୂରେଇ ପାରୁ ନାହାନ୍ତି। ଆଜି ଏମିତି କିଛି ଘଟଣା ଉତ୍ତରପ୍ରଦେଶରେ ଘଟିଛି। ଯେଉଁଥିପାଇଁ ଜଣେ ନବବିବାହିତ ସ୍ତ୍ରୀ, ସ୍ୱାମୀକୁ ଛାଡ଼ି ବାପ ଘରକୁ ଚାଲି ଯାଇଛି। ଏଥିରେ ଖଳନାୟକ ସାଜିଛି ପାନ। ଏହି ଘଟଣା ଏବେ ସମ୍ପୃକ୍ତ ଅଞ୍ଚଳରେ ଆଲୋଚ୍ୟ ବିଷୟ ପାଲଟିଛି।

ପ୍ରତାପଗଡ଼ କଣ୍ଢେଇ କଟୱାଲି ଅଞ୍ଚଳର ଜଣେ ଯୁବକ ପାନ ଖାଇବାକୁ ବହୁ ପସନ୍ଦ କରନ୍ତି। କିନ୍ତୁ ତାଙ୍କ ନବ ବିବାହିତ ପତ୍ନୀଙ୍କୁ ଏହା ପସନ୍ଦ ନୁହେଁ। ବାର ସତ୍ତ୍ୱେ ଯୁବକ ଜଣକ ବାସର ରାତିରେ ମସଲା ପାନ ଖାଇ ଘର ଭିତରକୁ ଯାଇଥିଲେ। ଏହାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ କଥା ଯାଇ ପଞ୍ଚାୟତରେ ପହଞ୍ଚିଥିଲା। ପଞ୍ଚାୟତରେ ଉପସ୍ଥିତ ଥିବା ମୁରବୀମାନେ ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ମହିଳା ଜଣକ ସେମାନଙ୍କ କୌଣସି କଥା ଶୁଣିନଥିଲେ। ବରଂ ରାଗିଯାଇ ମହିଳା ଜଣକ ସମସ୍ତଙ୍କ ସମ୍ମୁଖରେ ନିଜ ସ୍ୱାମୀଙ୍କୁ ଗାଳି ଦେଇଥିଲେ। କିନ୍ତୁ ମାମଲାର ସମାଧାନ ହୋଇପାରିନଥିଲା। ଶେଷରେ ବୋହୂ ଶ୍ୱଶୁର ଘର ଛାଡ଼ି ବାପ ଘରକୁ ଚାଲି ଯାଇଥିଲେ।

(ସୌଜନ୍ୟ: ନ୍ୟୁଜ୍‌ଡଗ୍‌)

Related story