କେଜ୍ରିୱାଲଙ୍କୁ କଟାକ୍ଷ କଲେ କପିଲ: ସୋନୁ ଷ୍ଟାଇଲ୍‌ରେ ଏକ ଆଲବମ୍‌ ତିଆରି କରି ଦେଲେ ଜନ୍ମଦିନ ଭେଟି

Ordigital Desk
  • Published: Thursday, 17 August 2017
  • , Updated: 17 August 2017, 04:59 PM IST
<p>ଭୁବନେଶ୍ୱର; ଓଡ଼ିଶା ରିପୋର୍ଟର: ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଆଜିକାଲି ସବୁକିଛି ଠିକ୍&zwnj; ଠାକ୍&zwnj; ଚାଲୁନାହିଁ। ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଓ ଏମ୍&zwnj;ସିଡି ନିର୍ବାଚନରେ ଆପ୍&zwnj;ର ପରାଜୟ ପରେ ଏବେ ଅରବିନ୍ଦ କେଜ୍ରିୱାଲଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାରରେ। ଏହାରି ମଧ୍ୟରେ କେଜ୍ରିୱାଲଙ୍କ ନିକଟତର ଥିବା କପିଲ ମିଶ୍ରା ଏବେ କେଜ୍ରିୱାଲଙ୍କ &nbsp;ବିରୋଧୀ ପାଲଟିଯାଇଛନ୍ତି। କେଜ୍ରିୱାଲଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ସାମ୍ନାରେ ପ୍ରକାଶ କରି ତାଙ୍କୁ ଅଡୁଆରେ ପକାଇବାକୁ ସମ୍ପୂର୍ଣ୍ଣ ଚେଷ୍ଟା ଚଲାଇଛନ୍ତି କପିଲ। ନିକଟରେ କେଜ୍ରିୱାଲଙ୍କ ୪୯ତମ ଜନ୍ମଦିନ ଅବସରରେ କପିଲ ମାଶ୍ରା ଏକ ଗୀତ ତିଆରି କରି କେଜ୍ରିୱାଲଙ୍କୁ ଉପହାର ଦେଇଛନ୍ତି। ଭାଇରାଲ୍&zwnj; ହୋଇଥିବା ସୋନୁ ସଙ୍ଗ୍&zwnj; ଷ୍ଟାଇଲ୍&zwnj;ରେ ସେ ଏହି ଗୀତ ତିଆରି କରିଛନ୍ତି। କପିଲଙ୍କ ଅନେକ ସମର୍ଥକ ଏହି ଗୀତରେ ନଜରକୁ ଆସିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଛି। ମାତ୍ର କେଇ ଘଣ୍ଟାରେ ହଜାର ହଜାର ଲୋକ ଏହାକୁ ଦେଖିସାରିଲେଣି।</p> <p>ସୌଜନ୍ୟ-ୟୁଟ୍ୟୁବ୍&zwnj;</p>

Related story