କର୍ଣ୍ଣାଟକରେ ଭୋଟ୍ ଗଣତି ଆରମ୍ଭ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ୨୨୨ଟି ଆସନ ପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ମୋଟ ୩୮ଟି କେନ୍ଦ୍ରରେ ଭୋଟ୍ ଗଣତି ଚାଲିଛି। ଏଥିପାଇଁ ସବୁ ଭୋଟ୍ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୦,୦୦୦ ପୋଲିସ୍ କର୍ମଚାରୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଗତ ଶନିବାର ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ୫ କୋଟି ଭୋଟରଙ୍କ ମଧ୍ୟରୁ ୭୨.୩୬% […]

karna

Rakesh Mallick
  • Published: Tuesday, 15 May 2018
  • , Updated: 15 May 2018, 08:30 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ୨୨୨ଟି ଆସନ ପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ମୋଟ ୩୮ଟି କେନ୍ଦ୍ରରେ ଭୋଟ୍ ଗଣତି ଚାଲିଛି। ଏଥିପାଇଁ ସବୁ ଭୋଟ୍ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୦,୦୦୦ ପୋଲିସ୍ କର୍ମଚାରୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଗତ ଶନିବାର ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ୫ କୋଟି ଭୋଟରଙ୍କ ମଧ୍ୟରୁ ୭୨.୩୬% ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ୨୨୪ଟି ବିଧାନସଭା ଆସନରୁ ୨୨୨ଟି ଆସନ ପାଇଁ ମତଦାନ ହୋଇଥିଲା।

ପ୍ରାୟ ୯ଟି ସଂସ୍ଥା ପକ୍ଷରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ନେଇ ଏକ୍‌ଜିଟ୍ ପୋଲ୍ କରାଯାଇଥିଲା। ଏହି ୯ଟି ଯାକ ଏକ୍‌ଜିଟ୍‌ ପୋଲ୍‌ରୁ ହାରହାରି ବାହାର କଲେ ବିଜେପି ସର୍ବାଧିକ ଆସନ ଜିତିପାରେ। ଦଳକୁ ୯୭ଟି ଆସନ ମିଳିପାରେ। ଏହି ହିସାବ ଅନୁସାରେ କଂଗ୍ରେସ ୯୦ଟି ଓ ଜେଡିଏସ୍ ୩୧ଟି ଆସନରେ ବିଜୟୀ ହୋଇପାରେ। କୌଣସି ଦଳକୁ ବହୁମତ ମିଳିବ ନାହିଁ। ଏଣୁ କୁହାଯାଉଛି ଏଥର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡ଼ି ଦେବେଗୌଡ଼ାଙ୍କ ଜେଡିଏସ୍‌ କିଙ୍ଗମେକର ସାଜିବ।

Related story