ବେଙ୍ଗାଲୁରୁ: କରୋନା ସଂକ୍ରମଣ ଆଶଙ୍କାରେ ଦୀର୍ଘ ୨ ମାସ ହେଲା ବନ୍ଦ ଥିବା ସମସ୍ତ ଜିମ, ଫିଟନେସ କେନ୍ଦ୍ର ଓ ଗଲ୍ଫ କୋର୍ସକୁ କର୍ଣ୍ଣାଟକା ସରକାର ମେ’ ୧୭ ପରେ ଖୋଲିବାକୁ ଅନୁମତି ଦେବେ। ଏନେଇ ଆଜି କର୍ଣ୍ଣାଟକାର ପର୍ଯ୍ୟଟନ ମନ୍ତ୍ରୀ ସିଟି ରବି ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ଆଜି ମୁଁ ମୁଖ୍ୟମନ୍ତ୍ରୀ ୟେଦ୍ଦ୍ୟୁରପ୍ପାଙ୍କ ସହ ବୈଠକ କରିଥିଲି। ଏହି ସମୟରେ ଫିଟନେସ କେନ୍ଦ୍ର, ଜିମ, ଗଲ୍ଫ କୋର୍ସ ଓ ହୋଟେଲ ଗୁଡ଼ିକୁ ଖୋଲିବାକୁ ଅନୁମତି ମାଗିଛି। ଆଞ୍ଚଳିକ ସ୍ତରରେ ଏଗୁଡ଼ିକର ସେବା ଆରମ୍ଭ କରିବା ନିହାତି ଜରୁରୀ।
ଏହାଦ୍ୱାରା ଧୀରେଧୀରେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ ବୋଲି ମୁଁ ତାଙ୍କୁ ଅବଗତ କରାଇଛି। ମୋର ଆଶା ମେ’ ୧୭ ପରେ ଏଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିବ।
ତେବେ ସବୁ ସ୍ଥାନରେ ସାମାଜିକ ଦୂରତାର ନିୟମକୁ କଡ଼ାକଡ଼ିଭ ଭାବେ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ବି ୧୭ ତାରିଖ ପରେ ଏଗୁଡ଼ିକୁ ଖୋଲିବାକୁ ଅନୁମତି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।