ସ୍ତ୍ରୀର ଅନୈତିକ ସମ୍ପର୍କର ଭିଡିଓ ଦାଖଲ କରି ଛାଡ଼ପତ୍ର ମାମଲା ଜିତିଲେ ସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କର ଅନୈତିକ ସମ୍ପର୍କର ଭିଡିଓ ଦାଖଲ କରି ଛାଡ଼ପତ୍ର ମାମଲା ବିଜୟୀ ହୋଇଛନ୍ତି। ହାଇକୋର୍ଟ ସେହି ଭିଡିଓକୁ ପ୍ରମାଣ ଯୋଗ୍ୟ କହିବା ସହିତ ଦୀର୍ଘ ବର୍ଷର ମାମଲାରେ ଛାଡ଼ପତ୍ର ମଂଜୁର କରିଛନ୍ତି। ଜୁଲାଇ ୭, ୧୯୯୧ରେ କର୍ଣ୍ଣାଟକର ଏହି ବ୍ୟକ୍ତି ବିବାହ କରିଥିଲେ। ଏହି ଦମ୍ପତ୍ତିଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି। ନିଜ ସ୍ତ୍ରୀର ଅନୈତିକ ସମ୍ପର୍କ ଥିବା ନେଇ ସନ୍ଦେହ ହୋଇଥିବା ଏହି ବ୍ୟକ୍ତିଙ୍କର। ୨୦୦୮ରେ ଜୁନ୍ ୪ରୁ […]

DIVORCE

Subhransu Sekhar
  • Published: Saturday, 23 November 2019
  • , Updated: 23 November 2019, 04:37 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କର ଅନୈତିକ ସମ୍ପର୍କର ଭିଡିଓ ଦାଖଲ କରି ଛାଡ଼ପତ୍ର ମାମଲା ବିଜୟୀ ହୋଇଛନ୍ତି। ହାଇକୋର୍ଟ ସେହି ଭିଡିଓକୁ ପ୍ରମାଣ ଯୋଗ୍ୟ କହିବା ସହିତ ଦୀର୍ଘ ବର୍ଷର ମାମଲାରେ ଛାଡ଼ପତ୍ର ମଂଜୁର କରିଛନ୍ତି।

ଜୁଲାଇ ୭, ୧୯୯୧ରେ କର୍ଣ୍ଣାଟକର ଏହି ବ୍ୟକ୍ତି ବିବାହ କରିଥିଲେ। ଏହି ଦମ୍ପତ୍ତିଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି। ନିଜ ସ୍ତ୍ରୀର ଅନୈତିକ ସମ୍ପର୍କ ଥିବା ନେଇ ସନ୍ଦେହ ହୋଇଥିବା ଏହି ବ୍ୟକ୍ତିଙ୍କର। ୨୦୦୮ରେ ଜୁନ୍ ୪ରୁ ଜୁନ ୯ ମଧ୍ୟରେ ସେ କୌଣସି କାମରେ ବେଙ୍ଗାଲୁରୁ ଆସିଥିଲେ। ଏହି ସମୟରେ ତାଙ୍କର ସ୍ତ୍ରୀ ଅନୈତିକ ସମ୍ପର୍କ ରଖିପାରନ୍ତି ବୋଲି ସନ୍ଦେହ ପ୍ରକାଶ କରିଥିଲେ। ଏହାପରେ ସେ ବେଙ୍ଗାଲୁରୁ ଆସିବା ପୂର୍ବରୁ ଶୋଇବା ରୁମରେ ଏକ ଡିଜିଟାଲ ଭିଡ଼ିଓ ରେକର୍ଡର ବା ଡିଭିଆର ରଖି ଦେଇଥିଲେ। ପରେ ସଂପୃକ୍ତ ବ୍ୟକ୍ତିଙ୍କ ସନ୍ଦେହ ସତ ହୋଇଥିଲା। ଏହି ଡିଭିଆରରେ ସେରାତିର ଦୃଶ୍ୟ ରେକର୍ଡିଂ ଦୃଶ୍ୟ ରେକର୍ଡ ହୋଇଯାଇଥିଲା।

ଏହାପରେ ଅନୈତିକ ସମ୍ପର୍କକୁ ଆଧାର କରି ବ୍ୟକ୍ତି ଜଣଙ୍କ କୋର୍ଟରେ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଛାଡ଼ପତ୍ର ପାଇଁ ଦ୍ୱାରସ୍ଥ ହୋଇଥିଲେ। ପରିବାର କୋର୍ଟ ସଂପୃକ୍ତ ସ୍ୱାମୀ ଦାଖଲ କରିଥିବା ଭିଡିଓକୁ ପ୍ରମାଣ ଭାବେ ଗ୍ରହଣ ନକରି ଛାଡ଼ପତ୍ର ମଂଜୁର କରି ନଥିଲେ। ଏହା ବିରୋଧରେ ସ୍ୱାମୀ ଜଣକ ହାଇକୋର୍ଟ ଯାଇଥିଲେ। ଜୁଲାଇ ୩୦, ୨୦୧୩ରେ ମହିଳା ଜଣଙ୍କ ହାଇକୋର୍ଟରେ କହିଥିଲେ ଯେ ତାଙ୍କ ସ୍ୱାମୀ ଅଶ୍ଳୀଳ ଫିଲ୍ମ ତିଆରି କରନ୍ତି ଓ ଏଭଳି ଅନୈତିକ ସମ୍ପର୍କ ରଖିବାକୁ ତାଙ୍କୁ ବାଧ୍ୟ କରନ୍ତି।

ତେବେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ସେ ନେଇ ପୂର୍ବରୁ କେବେ ଅଭିଯୋଗ କରିନଥିଲେ। ଏମିତିକି ଥାନାରେ ଏଫଆଇଆର ଦେଇନଥିଲେ। ସେହିପରି ସଂପୃକ୍ତ ଭିଡ଼ିଓ ମିଛ ବୋଲି ମଧ୍ୟ ସେ ପ୍ରମାଣ କରିପାରି ନଥିଲେ। ତେଣୁ ହିନ୍ଦୁ ଧର୍ମର ବିବାହ ଆଇନ ୧୯୫୬ ଅନୁଯାୟୀ ଅନୈତିକ ସମ୍ପର୍କ ବେଆଇନ ରହିଥିବାରୁ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ।

Related story