୯୩ ବର୍ଷରେ କରୁଣାନିଧି

ଚେନ୍ନାଇ:  ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କର ଆଜି ଜନ୍ମ ଦିନ। ସେ ଆଜି ୯୩ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କୁ ଦଳୀୟ ନେତାମାନେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ଜନ୍ମ ଦିନ ଅବସରରେ କରୁଣାନିଧି ଡିଏମ୍‌କେର ପ୍ରତିଷ୍ଠାତା ସି.ଏନ୍. ଆନ୍ନାଦୁରାଇଙ୍କ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏମ. କରୁଣାନିଧି ତାମିଲନାଡୁରେ  ୫ ଥର  ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୧୯୬୯ରୁ ୧୯୭୧, ୧୯୭୧ରୁ ୧୯୭୬, […]

karunanidhi

Rakesh Mallick
  • Published: Friday, 03 June 2016
  • , Updated: 03 June 2016, 09:40 AM IST

ଚେନ୍ନାଇ:  ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କର ଆଜି ଜନ୍ମ ଦିନ। ସେ ଆଜି ୯୩ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କୁ ଦଳୀୟ ନେତାମାନେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି।

ଜନ୍ମ ଦିନ ଅବସରରେ କରୁଣାନିଧି ଡିଏମ୍‌କେର ପ୍ରତିଷ୍ଠାତା ସି.ଏନ୍. ଆନ୍ନାଦୁରାଇଙ୍କ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏମ. କରୁଣାନିଧି ତାମିଲନାଡୁରେ  ୫ ଥର  ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୧୯୬୯ରୁ ୧୯୭୧, ୧୯୭୧ରୁ ୧୯୭୬, ୧୯୮୯ରୁ ୧୯୯୧, ୧୯୯୬ରୁ ୨୦୦୧ ଓ ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ।

ଜନ୍ମ ଦିନ ଅବସରରେ  କରୁଣାନିଧି  କହିଛନ୍ତି, “ମୁଁ ପାର୍ଟି ପାଇଁ ଓ ତାମିଲନାଡୁ ପାଇଁ ସବୁବେଳେ କାମ କରିବି।”

Related story