କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ୨ ଯବାନ ଓ ଜଣେ ପୋଲିସ୍ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରମୁଲା ଜିଲ୍ଲା ଅନ୍ତର୍ଗତ ଖ୍ୱାଜାବାଗରେ ଆଜି ଭୋର୍ ପ୍ରାୟ ୩ଟା ବେଳେ ଆତଙ୍କବାଦୀଙ୍କ ଆକ୍ରମଣରେ ସେନାର ଦୁଇ ଜଣ ଯବାନ ଓ ଜଣେ ପୋଲିସ୍ କର୍ମଚାରୀ ସହିଦ ହୋଇଛନ୍ତି। ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସେନା ପକ୍ଷରୁ ଅପରେସନ୍ ଜାରି ରହିଛି। ଅନ୍ୟପକ୍ଷରେ ଜୁଲାଇ ୯ରୁ ଅଶାନ୍ତ ହୋଇପଡ଼ିଥିବା କାଶ୍ମୀରରେ ଆଜି ବି ଜୀବନଯାତ୍ରା ସ୍ୱାଭାବିକ ହୋଇପାରିନି। ଆତଙ୍କବାଦୀ ବୁରହାନି ୱନି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେବା ପରେ ଆରମ୍ଭ ହୋଇଥିବା ହିଂସାରେ […]

kashmir

Rakesh Mallick
  • Published: Wednesday, 17 August 2016
  • , Updated: 17 August 2016, 04:49 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରମୁଲା ଜିଲ୍ଲା ଅନ୍ତର୍ଗତ ଖ୍ୱାଜାବାଗରେ ଆଜି ଭୋର୍ ପ୍ରାୟ ୩ଟା ବେଳେ ଆତଙ୍କବାଦୀଙ୍କ ଆକ୍ରମଣରେ ସେନାର ଦୁଇ ଜଣ ଯବାନ ଓ ଜଣେ ପୋଲିସ୍ କର୍ମଚାରୀ ସହିଦ ହୋଇଛନ୍ତି।

ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସେନା ପକ୍ଷରୁ ଅପରେସନ୍ ଜାରି ରହିଛି।

ଅନ୍ୟପକ୍ଷରେ ଜୁଲାଇ ୯ରୁ ଅଶାନ୍ତ ହୋଇପଡ଼ିଥିବା କାଶ୍ମୀରରେ ଆଜି ବି ଜୀବନଯାତ୍ରା ସ୍ୱାଭାବିକ ହୋଇପାରିନି। ଆତଙ୍କବାଦୀ ବୁରହାନି ୱନି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେବା ପରେ ଆରମ୍ଭ ହୋଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ଏଠାରେ ୬୩ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଶ୍ରୀନଗର ଜିଲ୍ଲା, ଅନନ୍ତନାଗ ସହର ଓ ମାଗାମରେ କର୍ଫ୍ୟୁ ବଳବତ୍ତର ରହିଛି।

ହିଜବୁଲ୍ ମୁଜାହିଦ୍ଦିନ୍‌ର କମାଣ୍ଡର ବୁର୍ହାନ ୱାନି ଜୁଲାଇ ୮ରେ ଏକ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିଲା।

Related story